ମସ୍କୋ: ନାଇଜେରିଆରେ ଫୁଟ୍ବଲ୍ ମ୍ୟାଚ୍ ହେଲେ ସେଠାକାର ପ୍ରଶଂସକମାନେ ନିଜ ପାଳିତ କୁକୁଡ଼ା ଧରି ପଡ଼ିଆ ଭିତରକୁ ଯାଇ ଥାଆନ୍ତି। ଜୀବନ୍ତ କୁକୁଡ଼ା ଦେହରେ ନାଇଜେରିଆ ଜାତୀୟ ପତାକାରେ ଥିବା ସବୁଜ ଏବଂ ଧଳା ରଙ୍ଗ ବୋଳି ନିଜ ଖେଳାଳିଙ୍କୁ ସେମାନେ ଉତ୍ସାହିତ କରୁଥିବା ଦେଖିବାକୁ ମିଳନ୍ତି। ହେଲେ ମସ୍କୋ ବିଶ୍ୱକପ୍ରେ ଏଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳିବ ନାହିଁ। କାରଣ ଆୟୋଜକ ରୁଷିଆର ଅଧିକାରୀମାନେ ସାଙ୍ଗରେ କୁକୁଡ଼ା ନେଇ ପଡ଼ିଆ ଭିତରକୁ ଯିବା ଲାଗି ନାଇଜେରିଆ ପ୍ରଶଂସକମାନେ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ନାଇଜେରିଆ ଶନିବାର କ୍ରୋଏସିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିଛି। ହେଲେ ଏହି ମ୍ୟାଚ୍ ବେଳେ ନାଇଜେରିଆ ପ୍ରଶଂସକ ତ ଥିଲେ ସେମାନଙ୍କ ହାତରେ ଜୀବନ୍ତ କୁକୁଡ଼ା ନଥିଲେ। ସୁରକ୍ଷା କାରଣରୁ କୌଣସି ପ୍ରାଣୀ କିମ୍ବା ପକ୍ଷୀଙ୍କୁ ପଡ଼ିଆ ଭିତରକୁ ନେବାର ଅନୁମତି ମିଳିବ ନାହିଁ ବୋଲି ରୁଷିଆ କହିବା ପରେ ନାଇଜେରିଆ ପ୍ରଶଂସକଙ୍କ ମନ ଭାଙ୍ଗି ଯାଇଥିଲା।
ନାଇଜେରିଆ କୁକୁଡ଼ାକୁ ରୁଷିଆର ନା
/sambad/media/post_attachments/wp-content/uploads/2018/06/Naigeria-chiken.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)