ନିକୋଲାସ୍‌ଙ୍କ ନିର୍ବନ୍ଧ

ୱେଷ୍ଟଇଣ୍ଡିଜ୍‌ର ଯୁବ କ୍ରିକେଟର ନିକୋଲାସ ପୂରନଙ୍କ ନିର୍ବନ୍ଧ ତାଙ୍କ ଦୀର୍ଘ ଦିନର ବାନ୍ଧବୀ ଆଲିସା ମି‌ଗ୍ବେଲଙ୍କ ସହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପୂରନ ଟ୍ବିଟ୍ କରି ପ୍ରଶଂସକ ଓ ସାଥୀ କ୍ରିକେଟରଙ୍କୁ ଏହି ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଥିବା ଫଟୋରେ ପୂରନ ଆଣ୍ଠୁମାଡ଼ି ଅତି ରୋମାଣ୍ଟିକ୍ ଶୈଳୀରେ ଆଲିସାଙ୍କୁ ମୁଦି ପିନ୍ଧାଉଥିବା ଦେଖିବାକୁ ମିଳୁଛି। ପୂରନ ନିକଟରେ ଶେଷ ହୋଇଥିବା ଆଇପିଏଲ୍‌-୧୩ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରିଥିଲେ। ପୂରନ-ଆଲିସାଙ୍କ ଏହି ଆକର୍ଷଣୀୟ ଫଟୋ ପଦାକୁ ଆସିବା ପରେ ଉଭୟଙ୍କ ପାଖକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର