ନିଦାସ ଟ୍ରଫି ଲାଗି ସକିବ ବାଂଲା ଅଧିନାୟକ

ଢାକା: ଭାରତ, ବାଂଲାଦେଶ ଏବଂ ଆୟୋଜକ ଦେଶ ଶ୍ରୀଲଙ୍କାକୁ ନେଇ ମାର୍ଚ ୬ରୁ ଆରମ୍ଭ ହେବାକୁ ଥିବା ନିଦାସ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ଲାଗି ସୋମବାର ବାଂଲାଦେଶ ଦଳ ଘୋଷିତ ହୋଇଛି। ବାଂଲାଦେଶ ଏହି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ଅଭିଜ୍ଞ ଅଲରାଉଣ୍ଡର ସକିବ-ଅଲ୍‌-ହାସନଙ୍କୁ ଅଧିନାୟକ ନିଯୁକ୍ତ କରିଛି। ଏହି ପ୍ରତିଯୋଗିତା ମାର୍ଚ ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଆଙ୍ଗୁଠି ଆଘାତ ଯୋଗୁଁ ବାଦ୍‌ ପଡ଼ିଥିବା ସକିବ୍‌ଙ୍କ ସହ ତାସ୍‌କିନ୍‌ ଅହମ୍ମଦ ଏବଂ ମେହେନ୍ଦି ହାସନ ଫେରିଥିବାରୁ ଦଳ ଦୃଢ଼ ହୋଇଛି ବୋଲି ବାଂଲାଦେଶ କ୍ରିକେଟ୍‌ ବୋର୍ଡର ସଭାପତି ନଜମୁଲ ହୁସେନ୍‌ କହିଛନ୍ତି।
ଦଳ: ସକିବ ଅଲ୍‌ ହାସନ୍‌ (ଅଧିନାୟକ), ମହମ୍ମଦୁଲ୍ଲା, ତାମିମ ଇକ୍‌ବାଲ୍‌, ସୌମ୍ୟ ସରକାର, ଇମ୍ରୁଲ କାଏସ୍‌, ମୁସଫିକର ରହିମ, ସବିର ରହମାନ, ମୁସ୍ତାଫିଜୁର ରହେମାନ, ରୁବେଲ ହୁସେନ,ତାସ୍‌କିନ୍‌ ଅହମ୍ମଦ, ଅବୁ ହିଦର, ଅବୁ ଜାଏଦ୍‌, ଆରିଫୁଲ ହକ୍‌, ନଜମୁଲ ହୁସେନ, ନୁରୁଲ ହାସନ, ମେହଦି ହାସନ।

ସମ୍ବନ୍ଧିତ ଖବର