ଇସ୍ତାନବୁଲ: ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ନିଖତ ଜରୀନ (୫୨ କେଜି) ଆଇବିଏ ମହିଳା ବିଶ୍ବ ମୁଷ୍ଟିପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି | ଆଜି ଫାଇନାଲ୍ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜୁଟାମାସ୍ ଜିତପୋଙ୍ଗକୁ ପରାସ୍ତ କରି ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ନିଖତ୍ ଜରିନ୍ ସ୍ୱର୍ଣ୍ଣ ଜିତିଛନ୍ତି। ଆଜିର ମୁକାବିଲାରେ ସେ ନିଜର ପ୍ରତିଦ୍ୱନ୍ଦୀଙ୍କ ଉପରେ ଦବଦବା ବଜାୟ ରଖି ୫-୦ରେ ଏକତରଫା ଭାବେ ଜିତିଛନ୍ତି |
ONE FOR THE HISTORY BOOKS ✍️ 🤩
⚔️@nikhat_zareen continues her golden streak (from Nationals 2021) & becomes the only 5️⃣th 🇮🇳woman boxer to win🥇medal at World Championships🔥
Well done, world champion!🙇🏿♂️🥳@AjaySingh_SG#ibawwchs2022#IstanbulBoxing#PunchMeinHaiDum#Boxing pic.twitter.com/wjs1mSKGVX
— Boxing Federation (@BFI_official) May 19, 2022
ସୂଚନାଥାଉ କି ଗତକାଲି ସେମିଫାଇନାଲ୍ରେ ନିଖତ ୫-୦ରେ ବ୍ରାଜିଲର କାରୋଲିନ ଡି’ ଅଲମିଦାଙ୍କୁ ଏକତରଫା ଭାବେ ପରାସ୍ତ କରିଥିଲେ। ଚଳିତ ପ୍ରତିଯୋଗିତାରେ ଫାଇନାଲ୍ରେ ପହଞ୍ଚିବାରେ ଏହି ପୂର୍ବତନ କନିଷ୍ଠ ବିଶ୍ବ ବିଜେତା ପ୍ରଥମ ଭାରତୀୟ ମୁଷ୍ଟିଯୋଦ୍ଧା ହୋଇଛନ୍ତି। ହାଇଦ୍ରାବାଦର ଝିଅ ଆଜି ବିଜେତା ହେବା ସଙ୍ଗେ ସଙ୍ଗେ ୬ ଥରର ବିଜୟିନୀ ଏମ୍ସି ମେରିକମ୍, ସରିତା ଦେବୀ, ଜେନି ଆର୍ଏଲ୍ ଓ ଲେଖା ସିଙ୍କ ଏଲିଟ ଗ୍ରୁପ୍ରେ ସାମିଲ ହୋଇଛନ୍ତି |