ନିଖିଳ ଓଡ଼ିଶା ୬-ରେଡ୍‌ ସ୍ନକର:ସେମିରେ ସୁବ୍ରତ-ଅକାଶ, ଜିତେନ-ଆକ୍ରମ

ଭୁବନେଶ୍ୱର: ସୁବ୍ରତ ଦାସ, ଅକାଶ ମହାପାତ୍ର, ଜିତେନ ଷଡ଼ଙ୍ଗୀ ଏବଂ ଆକ୍ରମ ଖାନ୍‌ ନିଖିଳ ଓଡ଼ିଶା ୬-ରେଡ୍‌ ସ୍ନକର ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଭୁବନେଶ୍ୱର ପଟିଆସ୍ଥିତ ୬ ପକେଟ୍‌ସ କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ସୋମବାର ଖେଳା ଯାଇଥିବା କ୍ୱାର୍ଟର୍‌ ଫାଇନାଲ୍‌ରେ ସୁବ୍ରତ ୫-୪ରେ ଜଗଦୀଶ ମହାନ୍ତିଙ୍କୁ, ଆକାଶ ୫-୧ରେ ରୁମିତ ଗୁପ୍ତାଙ୍କୁ, ଜିତେନ୍‌ ୫-୨ରେ ଅନୁଜ ପଣ୍ଡାଙ୍କୁ ଏବଂ ଆକ୍ରମ ୫-୪ରେ କୁନାଲ ଅଗ୍ରଓ୍ଵାଲ୍‌ଙ୍କୁ ପରାସ୍ତ କରିଥିଲେ। ସୁବ୍ରତ-ଅକାଶ ଏବଂ ଜିତେନ୍‌-ଆକ୍ରମଙ୍କ ମଧ୍ୟରେ ମଙ୍ଗଳବାର ସେମିଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ସନ୍ଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର