ଭୁବନେଶ୍ୱର: ସ୍ଥାନୀୟ ଭିଣ୍ଟେଜ୍ କ୍ଲବ୍ ପରିସରରେ ଚାଲିଥିବା ନିଖିଳ ଓଡ଼ିଶା ଓପନ୍ ହ୍ୟାଣ୍ଡିକ୍ୟାପ୍ ସ୍ନକର ପ୍ରତିଯୋଗିତା ବୁଧବାର ସଂଧ୍ୟାରେ ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ଡାକ୍ତର ରାକେଶ ରୋଶନ୍ ପ୍ରଧାନଙ୍କୁ ୫-୨ ଫ୍ରେମ୍ରେ ପରାସ୍ତ କରି ନିଶାନ୍ତ ବିଶ୍ୱାଳ ବିଜେତା ହୋଇଛନ୍ତି। ପୂର୍ବରୁ ଶେଷ କ୍ୱାର୍ଟରଫାଇନାଲ୍ ନିଶାନ୍ତ ୪-୦ରେ ଜିତେନ ଷଡ଼ଙ୍ଗୀଙ୍କୁ ଏବଂ ସେମିଫାଇନାଲ୍ରେ ଆକାଶ ମହାପାତ୍ରଙ୍କୁ ୪-୧ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲେ। ସେହିଭଳି ଅନ୍ୟ ସେମିଫାଇନାଲ୍ରେ ରାକେଶ ରୋଶନ ପ୍ରଧାନ ୪-୧ରେ ସୌଭାଗ୍ୟ ବେହେରାଙ୍କୁ ହରାଇ ଟାଇଟଲ୍ ଲଢ଼େଇରେ ପହଞ୍ଚିଥିଲେ।
ନିଖିଳ ଓଡ଼ିଶା ସ୍ନକର: ନିଶାନ୍ତ ବିଜେତା
/sambad/media/post_attachments/wp-content/uploads/2018/04/snooker.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)