କଟକ: ବାରବାଟୀ କ୍ୟାରମ ଏକାଡେମୀ ଆନୁକୂଲ୍ୟରେ ତିନି ଦିନ ଧରି ଚାଲିଥିବା ସପ୍ତମ ନିଖିଳ ଓଡ଼ିଶା କ୍ୟାରମ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଏକକରେ ଜଟଣୀର କେ ଭୀମୟାଙ୍କୁ ପରାସ୍ତ କରି ଭୁବନେଶ୍ବରର ସତୀଶ ସାମନ୍ତରାୟ ଏବଂ ଯୁଗଳରେ କଟକର ଦୀପକ କୁମାର ସାମଲ-ଶିଶିର କୁମାର ଲେଙ୍କାଙ୍କୁ ପରାସ୍ତ କରି ଭୁବନେଶ୍ବର ଯୋଡ଼ି ସତୀଶ ସାମନ୍ତରାୟ-କାଳୀ ନାରାୟଣ ପଟ୍ଟନାୟକ ବିଜେତା ହୋଇଛନ୍ତି। ମୁଖ୍ୟ ଅତିଥି ଭାବେ ଡ. ଉଷାରଞ୍ଜନ ପରିଜା ଯୋଗଦେଇ ବିଜେତାଙ୍କୁ ଟ୍ରଫି ଓ ଅର୍ଥ ପୁରସ୍କାର ପ୍ରଦାନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଏକାଡେମୀ ନିର୍ଦ୍ଦେଶକ ମାୟାଧର ସାହୁ, ଉପନିର୍ଦ୍ଦେଶକ ସ୍ବରୂପ କାନୁନ୍ଗୋ, ସ˚ଗଠନ ସମ୍ପାଦକ ଗଣେଶ ଭଗତ ଉପସ୍ଥିତ ଥିଲେ। ମୁଖ୍ୟ ରେଫରି ସୁନୀଲ ପଟ୍ଟନାୟକ, ଉପ ମୁଖ୍ୟ ରେଫରି ବିଭୂତି ଭୂଷଣ ସେନାପତି, ସୁଶାନ୍ତ ମହାରଣା, ଦିଲିପ ବେହେରା, ଶିଶିର ଲେଙ୍କା, ନିହାର ରଞ୍ଜନ ବେହେରା, ହୃଦୟରଞ୍ଜନ ପାତ୍ର, ଓଡ଼ିଶା କ୍ୟାରମ ପ୍ରଶିକ୍ଷକ ଦେବାଶିଷ ଦାସ ଖେଳ ପରିଚାଳନା କରିଥିଲେ।
ନିଖିଳ ଓଡ଼ିଶା କ୍ୟାରମ୍ ଉଦ୍ଯାପିତ: ସତୀଶ ଏକକ ବିଜେତା
/sambad/media/post_attachments/wp-content/uploads/2022/08/56f4h65sf465hsf4fh56sfhsf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)