ନିଖିଳ ଓଡ଼ିଶା ଓପନ୍‌ ଚେସ୍‌: ସୌମ୍ୟ ବିଜେତ‌ା

ଭୁବନେଶ୍ବର: ଓଡ଼ିଶା ସଚିବାଳୟ ଅଭ୍ୟର୍ଥନା କ୍ଲବ୍‌ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଦଶ ନିଖିଳ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ଭୁବନେଶ୍ବରର ସୌମ୍ୟରଂଜନ ମିଶ୍ର ବିଜେତା ହୋଇଛନ୍ତି। ଏଥି ସହ ସୌମ୍ୟ ୫୫ତମ ନିଖିଳ ଓଡ଼ିଶା ଚେସ୍‌ ଟ୍ରଫି ଜିତିବାର ସୌଭାଗ୍ୟ ପାଇଛନ୍ତି। ୩୦ ଓ ୩୧ ଦୁଇ ଦିନ ଧରି ୟୁନିଟ୍‌-୨ସ୍ଥିତ  ସଚିବାଳୟ ଅଭ୍ୟର୍ଥନା କ୍ଲବ୍‌ଠାରେ ଆୟୋଜିତ ୯ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସୌମ୍ୟରଂଜନ ୮ ପଏଣ୍ଟ୍‌ ସହ ଶୀର୍ଷରେ ଟ୍ରଫି କରାୟତ କରିଥିଲେ। ତାଙ୍କ ପଛକୁ ରାଜେନ୍ଦ୍ର କୁମାର ସାହୁ, ରଜତ କୁମାର ସାହୁ ୭.୫ ପଏଣ୍ଟ୍‌ ଲେଖାଏଁ ପାଇ ଦ୍ବିତୀୟ ଓ ତୃତୀୟରେ ରହିଥିଲେ। ଦାସରଥୀ ସାହୁ, ଅମିତ ମହାନ୍ତି, ଦେବୀ ପି ବିଶ୍ବାଳ, ମିରାକଲ୍‌ ପଣ୍ଡା, ପ୍ରିୟବ୍ରତ ସାମନ୍ତ ସିଂହ, ପ୍ରତ୍ୟୁଷ ମହାପାତ୍ର ଓ ସଂଜୀବନ ନାୟକ ଯଥାକ୍ରମ‌େ ଚତୁର୍ଥରୁ ଦଶମ ସ୍ଥାନରେ ରହିଥିଲେ। ବିଭିନ୍ନ ବୟସ ବର୍ଗରେ ଅଭିଜିତ ବିଶ୍ବାଳ, ଅୟୁଷମାନ ସାମନ୍ତରାୟ, ହର୍ସିତା ସିଂହ, ରିପଲ୍‌ ପଣ୍ଡା, ପ୍ରତ୍ୟୁଷ ନାୟକ, ଜୀବନ ଜ୍ୟୋତି, ଅଂଶିତା ପଟ୍ଟନାୟକ, ଶ୍ରଦ୍ଧା ମିଶ୍ର, ଅବିନାଶ ଆଚାର୍ଯ୍ୟ, ଅଂଶୁମାନ ପତି, ଶ୍ରଦ୍ଧା ସୁମନ ଜେନା, ଦିବ୍ୟାଶ୍ରିତା ସ୍ବାଇଁ, ନିଖିଳ ସାହୁ, ଓମ୍‌ ଆଦିତ୍ୟ ଖାଡ଼ଙ୍ଗା, ସ୍ବିତଲିନା ପଟ୍ଟନାୟକ, ଦିୟା ଦାସ, ଜଗଦୀଶ କୁମାର ଘଡ଼ାଇ, କ୍ରିତି ଅନୁରାଗ, ସମ୍ପନ୍ନା ହୋତା, ଦୀପ୍ତିମୟୀ ସାହୁ, ସ୍ବର୍ଣ୍ଣଲତା ତ୍ରିପାଠୀ, ସଂଜୟ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ମହାନ୍ତି ଓ ଜେ ବିହାନ ରେଡ୍ଡୀ ପୁରସ୍କୃତ ହୋଇଥିଲେ। ପୁରସ୍କାର ଉତ୍ସବରେ ଅତିଥି ଭାବେ ଯୋଜନା ଓ ସମନ୍ବୟ ବିଭାଗର ଅନୁସଚିବ ‌ଶୈଳେନ୍ଦ୍ରନାଥ ରାଉତ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ ତ୍ରିନାଥ ପଲାଇ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ‌ର ବରିଷ୍ଠ ଅଧିକାରୀ ମୁରଲୀମୋହନ ଦାସ, ଆୟୋଜକ କ୍ଲବ୍‌ର ସାଧାରଣ ସମ୍ପାଦକ ମାନଗୋବିନ୍ଦ ଦଳାଇ ଓ ମୁଖ୍ୟ ଅର୍ବିଟର ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର