ରାଜାଙ୍କଠୁ ପ୍ରତିଶୋଧ ନେଲେ ଜିତେନ

ନିଖିଳ ଓଡ଼ିଶା ଓପନ୍‌ ସ୍କର

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ସପ୍ତମ ଏମ୍‌ଆଇଇଟି ନିଖିଳ ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତାରେ ଶନିବାର ଜିତେନ ଷଡ଼ଙ୍ଗୀ ପ୍ରତିଶୋଧପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ଜିତେନଙ୍କୁ ଗତମାସରେ କଟକ କ୍ଲବ୍‌ଠାରେ ଅନୁଷ୍ଠିତ ରାଜ୍ୟ ମାନ୍ୟତା ସ୍ନକର ପ୍ରତିଯୋଗିତାର ପ୍ରିକ୍ୱାର୍ଟର ଫାଇନାଲ୍‌ରେ ମହମ୍ମଦ ରାଜା ପରାସ୍ତ କରିଥିଲେ। ଆଉ ଏହାର ମଧୁର ପ୍ରତିଶୋଧ ଏଠାରେ ଜିତେନ ନେଇଛନ୍ତି। ପ୍ରିକ୍ୱାର୍ଟର ଫାଇନାଲ୍‌ରେ ଜିତେନ ୩-୨ରେ ରାଜାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଶନିବାର ଅନ୍ୟ ପ୍ରିକ୍ୱାର୍ଟର ଫାଇନାଲ୍‌ରେ ସୁବ୍ରତ ଦାସ ୩-୦ରେ କୁନାଲ ଅଗ୍ରଓ୍ଵାଲ୍‌ଙ୍କୁ, ଅନୁଜ ପଣ୍ଡା ୩-୦ରେ ଆକ୍ରାମ୍‌ ଖାନ୍‌ଙ୍କୁ, ଅମିୟ ନାୟକ ୩-୧ରେ ଖଲିଦ୍‌ ସୁଲ୍‌ତାନଙ୍କୁ, ନିଶାନ୍ତ ବିଶ୍ୱାଳ ୩-୦ରେ ରାଜତ ଧଳଙ୍କୁ, ସିଦ୍ଧାର୍ଥ ସେନ୍‌ ୩-୦ରେ ରୁମିତ୍‌ ଗୁପ୍ତାଙ୍କୁ, ଆକାଶ ମହାପାତ୍ର ୩-୦ରେ ସତ୍ୟଦୀପ ଦାସଙ୍କୁ, ଡ. ରାକେଶ ରୋସନ୍‌ ପ୍ରଧାନ ୩-୦ରେ ମିଶାଲ ସ୍ୱାଇଁଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। କ୍ୱାର୍ଟର ଫାଇନାଲ୍‌ରେ ରାକେଶ-ସିଦ୍ଧାର୍ଥ, ନିଶାନ୍ତ-ଅନୁଜ, ସୁବ୍ରତ-ଜିତେନ ଏବଂ ଅମିୟ-ଆକାଶ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର