ନିକୋଲାଙ୍କ ‘ବାର୍ବିଡଲ୍‌’ ରୂପ

ମୁମ୍ବାଇ: ଅଲିମ୍ପିକ୍ସରେ ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଥିବା ଇଂଲଣ୍ଡର ମହିଳା ମୁଷ୍ଟିଯୋଦ୍ଧା ନିକୋଲା ଆଡାମ୍ସ ଗୁରୁବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନୂଆ ରୂପରେ ଦେଖିବାକୁ ମିଳିଥିଲେ। ମହିଳା ଦିବସକୁ ମନଭରି ଉପଭୋଗ କରିବା ଲାଗି ନିକୋଲା ନିଜକୁ ‘ବାର୍ବି ଡଲ୍‌’ ବେଶରେ ସଜାଇଥିଲେ। ଏପରିକି କିଛି ଦିନ ଭିତରେ ବିଶ୍ୱର ସବୁଠାରୁ ଲୋକପ୍ରିୟ କଣ୍ଢେଇ ‘ବାର୍ବି ଡଲ୍‌’ ତାଙ୍କ ଭଳି ମହିଳା ମୁଷ୍ଟିଯୋଦ୍ଧା ରୂପରେ ବଜାରରେ ମିଳିବ ବୋଲି ସେ ଘୋଷଣା କରିଥିଲେ। ବାର୍ବି ଏଥରେ ଠିକ୍‌ ନିକୋଲାଙ୍କ ଭଳି ଦେଖାଯିବ। ଏହା ‘ବକ୍ସର ବାର୍ବି’ ଭାବେ ପରିଚିତ ହେବ। ହାତରେ ଗ୍ଲୋଭ୍ସ ପିନ୍ଧି ଏବଂ କେଶଙ୍କୁ ନିକୋଲାଙ୍କ ଭଳି ସଜେଇ ହୋଇ ବାର୍ବି ବଜାରରେ ପିଲାଙ୍କ ପାଇଁ ଉପଲବ୍ଧ ହେବ। ତା’ର ନାଁ ମଧ୍ୟ ନିକୋଲାଙ୍କ ଡାକ ନାଁ ‘ଲାୟନେସ୍‌’ ରଖାଯିବ। ମହିଳା ମୁଷ୍ଟିଯୁଦ୍ଧ ପ୍ରତି ନିକୋଲାଙ୍କ ଅବଦାନକୁ ଆଖି ଆଗରେ ରଖି ‘ବାର୍ବି ଡଲ୍‌’ ନିର୍ମାତା ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ବାର୍ବି ନିକୋଲାଙ୍କ ରୂପରେ ବେଶ୍‌ ଆଦୃତ ହେବ ବୋଲି ସେମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର