ନିମାପଡ଼ା କପ୍‌ କ୍ରିକେଟ୍‌: ସହିଦ ସ୍ପୋର୍ଟିଂ ସେମିରେ

ନିମାପଡ଼ା: ବାରବାଟୀ ପଡ଼ିଆରେ ଚାଲିଥିବା ନବମ ନିମାପଡ଼ା କପ୍‌ କ୍ରିକେଟ ପ୍ରତିଯୋଗିତାର ତୃତୀୟ କ୍ୱାର୍ଟର ଫାଇନାଲରେ କୋଲକୋତାର ବେବେନ୍ଦ୍ର ସ୍ପୋର୍ଟିଂକୁ ୮ ଓ୍ଵିକେଟରେ ପରାସ୍ତ କରି ଭୁବନେଶ୍ୱରର ସହିଦ ସ୍ପୋଟିଂ ସେମିଫାଇନାଲରେ ପ୍ରବେଶ କରିଛି। କୋଲକୋତା ଦଳ ୨୧.୨ ଓଭରରେ ୯୭ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଶିବାନ୍ଦନ ଶର୍ମା ୨୮ ରନ୍‌ କରିଥିଲା ବେଳେ ସହିଦ ସ୍ପୋଟିଂ ପକ୍ଷରୁ ପ୍ରକାଶ କୁମାର ୪ ଏବଂ ଜ୍ଞାନ ରଞନ ମଲିକ ୨ ଓ୍ଵିକେଟ ନେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୨ ଓ୍ଵିକେଟ ବିନିମୟରେ ୧୦୦ ରନ୍‌ କରିନେଇଥିଲା। ରଶ୍ମି ରଞନ ପରିଡ଼ା ୩୬* ଓ ସିଦ୍ଧାନ୍ତ ଦାସ ୩୫* ରନ୍‌ କରିଥିଲେ। ବିଜୟୀ ଦଳର ପ୍ରକାଶ କୁମାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖେଳ ପରିଚାଳନା କରିଥିଲେ ନିର୍ମଳ ମିଶ୍ର ଏବଂ ସତେନ୍ଦ୍ର ମୋହନ ମହାନ୍ତି। ଗୁରୁବାର ଦିଲ୍ଲୀ କିଙ୍ଗ୍‌ ଏବଂ ପ୍ରଗତି ସ୍ପୋଟିଂ ମୁହାଁମୁହିଁ ହେବେ।

ସମ୍ବନ୍ଧିତ ଖବର