ଜାତୀୟ ବରିଷ୍ଠ ହକିରେ ନିଶାନ ଟିଓ

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳଠାରେ ଚଳିତ ମାସ ୩୧ରୁ ଫେବ୍ରୁଆରି ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ବରିଷ୍ଠ ହକି (ଏ ଡିଭିଜନ) ଲାଗି ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତି ବୈଷୟିକ ଅଧିକାରୀ (ଟିଓ) ନିଯୁକ୍ତ ହୋଇଛନ୍ତି। ନିଶାନ ଦ୍ବିତୀୟ ଥର ପାଇଁ ଏହି ସମ୍ମାନଜନକ ପ୍ରତିଯୋଗିତାର ପରିଚାଳନା ଦାୟିତ୍ବରେ ରହିବେ। ଏହା ପୂର୍ବରୁ ସେ ସଫଳତାର ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ଅମ୍ପାୟାର ଏବଂ ବୈଷୟିକ ଅଧିକାରୀ ଦାୟିତ୍ବ ତୁଲାଇ ସାରିଛନ୍ତି। ଏହି ସଫଳତା ଲାକି ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର