ବେଲ୍ଗ୍ରେଡ: ଭାରତୀୟ ଯୋଦ୍ଧା ନିଶାନ୍ତ ଦେବ (୭୧ କେଜି) ଏବଂ ସଞ୍ଜୀତ (୯୨ କେଜି) ବେଲ୍ଜିୟମ୍ର ବେଲ୍ଗ୍ରେଡ୍ରେ ଚାଲିଥିବା ମୁଷ୍ଟିଯୁଦ୍ଧ ବିଶ୍ବ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍ରେ ନିଶାନ୍ତ ୩-୨ରେ ମେକ୍ସିକୋ ମାର୍କୋ ଅଲ୍ଭାରେଜ ଭେର୍ଦେଙ୍କୁ ପରାସ୍ତ କରିଥିଲେ। କ୍ବାର୍ଟର ଫାଇନାଲ୍ରେ ସେ ରୁଷିଆର ଭାଦିମ ମୁସାଏଭଙ୍କୁ ଭେଟିବେ। ସେହିପରି ଗତଥର କ୍ବାର୍ଟର ଫାଇନାଲିଷ୍ଟ ସଞ୍ଜୀତ ୪-୧ରେ ଜର୍ଜିଆର ଜିଓର୍ଗି ଚିଗ୍ଲାଜେଙ୍କୁ ହରାଇ ଲଗାତାର ଦ୍ବିତୀୟ ଥର ଲାଗି ଏହି ରାଉଣ୍ଡରେ ପହଞ୍ଚିଥିଲେ। କ୍ବାର୍ଟର ଫାଇନାଲ୍ରେ ନିଶାନ୍ତ ଇଟାଲିର ଅଜିତ ଆବେସ ମୌହିଦିନ୍ଙ୍କୁ ଭେଟିବେ।
ବିଶ୍ବ ମୁଷ୍ଟିଯୁଦ୍ଧ କ୍ବାର୍ଟରରେ ନିଶାନ୍ତ, ସଞ୍ଜୀତ
/sambad/media/post_attachments/wp-content/uploads/2021/11/d4g65d4j65g4d5j645d6jdgjgjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)