ନିଶାନ୍ତଙ୍କ ଆନ୍ତର୍ଜାତିକ ପଦାର୍ପଣ ଆଜି

ଓ୍ୱଷ୍ଟଇଣ୍ତିଜ-ଅଷ୍ଟ୍ରେଲିଆ ମ୍ୟାଚ୍‌ରୁ ହିନ୍ଦୀରେ ଧାରାବିବରଣୀ ଦେବେ

କଟକ : ଲିମ୍‌କା ବୁକ ଅଫ୍‌ ରେକର୍ଡ୍ସରେ ସ୍ଥାନ ପାଇଥିବା ଓଡ଼ିଶାର ଯୁବ ଭାଷ୍ୟକାର ନିଶାନ୍ତ ମାଜିଠିଆ ଏବେ ଆନ୍ତର୍ଜାତିକ ସ୍ତରରେ ପଦାର୍ପଣ କରିବାକୁ ଯାଉଛନ୍ତି। ଶନିବାରଠୁ ଅଷ୍ଟ୍ରେଲିଆ ଓ େଵଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ସେ ଏହି ଗୌରବ ଅର୍ଜନ କରିବାକୁ ଯାଉଛନ୍ତି। ଯଦିଓ ନିଶାନ୍ତ ପୂର୍ବରୁ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାଷ୍ୟକାର ଦାୟିତ୍ବ ତୁଲାଇ ସାରିଛନ୍ତି, ହେଲେ ସେସବୁ ଅନୌପଚାରିକ ରହିଥିଲା। ଶନିବାରଠୁ ସେ ଔପଚାରିକ ଭାବେ ଆନ୍ତର୍ଜାତିକ ଭାଷ୍ୟକାରର ମାନ୍ୟତା ପାଇବେ।

ଭାରତରେ େଵଷ୍ଟଇଣ୍ତିଜ କ୍ରିକେଟ ଦଳର ଅଫିସିଆଲ ବ୍ରଡକାଷ୍ଟ ପାର୍ଟନର ଭାବେ ଫ୍ୟାନକୋଡ୍‌ କାର୍ଯ୍ୟ କରୁଛି। ନିଶାନ୍ତ ଫ୍ୟାନକୋଡ ସହିତ ଜଡ଼ିତ ରହି ବିଭିନ୍ନ ଘରୋଇ ପ୍ରତିଯୋଗିତାଗୁଡ଼ିକରେ ଭାଷ୍ୟକାର ଭାବେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ତାଙ୍କର ଭାଷ୍ୟକାର କ୍ଷେତ୍ରରେ ଅଭିଜ୍ଞତା ଓ ଦକ୍ଷତାକୁ ନଜରରେ ରଖି ଫ୍ୟାନକୋଡ୍‌ ପକ୍ଷରୁ େଵଷ୍ଟଇଣ୍ତିଜ ଖେଳୁଥିବା ମ୍ୟାଚ୍‌ଗୁଡ଼ିକର ହିନ୍ଦୀ ଭାଷାରେ ଧାରାବିବରଣୀ ଦେବାକୁ ଚୁକ୍ତିଭୁକ୍ତ ହୋଇଛନ୍ତି। ଶନିବାରଠୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୫ଟି ଟ୍ବେଣ୍ଟି-୨୦ ଓ ୩ଟି ଦିନିକିଆ ଏବ˚ ଏହାପରେ ଜୁଲାଇ ୨୭ ତାରିଖରୁ ପାକିସ୍ତାନ ବିପକ୍ଷରେ ଆରମ୍ଭ ହେଉଥିବା ୫ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ନିଶାନ୍ତଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ହିନ୍ଦୀରେ ଧାରାବିବରଣୀ ଦେବାକୁ କୁହାଯାଇଛି। ତେଣୁ ଏହିଠାରୁ ତାଙ୍କର ଔପଚାରିକ ଆନ୍ତର୍ଜାତିକ ଭାଷ୍ୟକାର ଯାତ୍ରା ଆରମ୍ଭ ହେବାକୁଥିବା ନିଶାନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର