ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍-୬ ବାଳକ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଟାଟା ଉତ୍କଳିକା କପ୍ ଫୁଟବଲ୍ ପ୍ରତିଯୋଗିତାର ବିଶ୍ରାମ ଦିବସରେ ସୋମବାର ଆୟୋଜକ କ୍ଲବ୍ର ପ୍ରତିଷ୍ଠାତା ଜୟନ୍ତ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରଦର୍ଶନୀ ମହିଳା ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନିୟମିତ ସମୟ ମ୍ୟାଚ୍ ଗୋଲଶୂନ୍ୟ ରହିବାରୁ ଟାଇବ୍ରେକରରରେ ନୀତା ଅମ୍ବାନି ଏକାଡେମି ଟାଇବ୍ରେକରରେ କିଟ୍ ମହିଳା ଫୁଟ୍ବଲ୍ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଶେଷରେ ସ୍ବର୍ଗତ ଜୟନ୍ତ ମହାପାତ୍ରଙ୍କ ସୁପୁତ୍ର ଜିତେନ ମହାପାତ୍ର ଦୁଇ ଦଳର ଅଧିନାୟକଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କ୍ଲବ୍ ସଭାପତି ତପନ ମହାନ୍ତି, ସମ୍ପାଦକ ଦିଲୀପ ଦାସଙ୍କ ସହିତ ଅକ୍ଷୟ କୁମାର ଦାସ, ନବରଂଜନ ପଟ୍ଟନାୟକ, ଅମିୟ କୁମାର ମିଶ୍ର, ପ୍ରିୟନାଥ ମିଶ୍ର, ଗିରିଜାଶଙ୍କର ଦାସ ଉପସ୍ଥିତ ଥିଲେ। ମଙ୍ଗଳବାର ଟାଟା ଉତ୍କଳିକା ଫାଇନାଲ୍ ମ୍ୟାଚ୍ ଅପରାହ୍ନ ୩.୩୦ ମିନିଟରେ ଜାମସେଦପୁର ଟାଟା ଫୁଟବଲ୍ ଏକାଡେମି (ଟିଏଫଏ) ଏବଂ ଫୁଲବାଣୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହେବ।
ମହିଳା ପ୍ରଦଶର୍ନୀ ମ୍ୟାଚ୍ରେ ନୀତା ଅମ୍ବାନି ଏକାଡେମି ବିଜୟୀ
/sambad/media/post_attachments/wp-content/uploads/2019/03/Untitled-3-16.jpg)