ପ୍ୟାରିସ୍: ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଭାରତକୁ ଏକ ବହୁତ ବଡ଼ ଖୁସି ଖବର ମିଳିଛି। ରିଲାଏନ୍ସ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ନୀତା ଅମ୍ବାନି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି)ର ସଦସ୍ୟା ଭାବେ ପୁଣି ଥରେ ନିର୍ବାଚିତ ହୋଇଛନ୍ତି। ପ୍ୟାରିସ୍ରେ ସଂପ୍ରତି ଚାଲିଥିବା ୧୪୨ତମ ଅଧିବେଶନ ଅବସରରେ ନୀତା ସର୍ବସମ୍ମତିକ୍ରମେ ସଦସ୍ୟା ଭାବେ ନିର୍ବାଚିତ ହୋଇଥିବା ଆଇସିସି ପ୍ରେସ୍ ବିଜ୍ଞପ୍ତିରେ କହିଛି। ଏଥିନେଇ ନୀତା କହିଛନ୍ତି ଯେ ଆଇଓସି ସଦସ୍ୟା ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ। ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସଭାପତି ଥୋମାସ୍ ବାକ୍ ଏବଂ ସମସ୍ତ ସହଯୋଗୀଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ଏହା ଏକ ବ୍ୟକ୍ତିଗତ ମାଇଲ୍ଖୁଣ୍ଟ ନୁହେଁ, ବରଂ ବିଶ୍ବ କ୍ରୀଡ଼ା ଦୃଶ୍ୟପଟ୍ଟରେ ବଢ଼ି ଚାଲିଥିବା ଭାରତର ପ୍ରଭାବକୁ ଦର୍ଶାଉଛି। ଏହି ଗର୍ବର ମୁହୂର୍ତ୍ତକୁ ମୁଁ ପ୍ରତ୍ୟେକ ଭାରତୀୟଙ୍କ ସହ ବାଣ୍ଟିବାକୁ ଚାହେ। ଭାରତରେ ଅଲିମ୍ପିକ୍ସ ଅଭିଯୋନକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତଙ୍କ ସହଯୋଗ ଲୋଡ଼ୁଛି। ନୀତା ପ୍ରଥମଥର ପାଇଁ ୨୦୧୬ ମସିହାରୁ ଆଇଓସିର ସଦସ୍ୟ ନିର୍ବାଚିତ ହୋଇଥିଲେ।
ନୀତା ଅମ୍ବାନି ପୁଣି ଆଇଓସି ସଦସ୍ୟା ନିର୍ବାଚିତ
/sambad/media/post_attachments/wp-content/uploads/2024/07/gdjgjdgjgj-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)