ନୂଆଦିଲ୍ଲୀ: ଜୁଲାଇ ୨୩ରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଆଉ ଏକ ବଡ଼ ଝଟକା ଲାଗିଛି। ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆହତ ହେବା ପରେ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଛନ୍ତି। ରବିବାର ଜିମ୍ ସେସନ୍ ସମୟରେ ନୀତୀଶଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି।
ଏହା ପୂର୍ବରୁ ଖବର ଆସିଥିଲା ଯେ, ଅର୍ଶଦୀପ ସିଂହଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ସେ ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିବେ। ଦ୍ରୁତ ବୋଲର ଆକାଶଦୀପ ମଧ୍ୟ ଆହତ ହୋଇ ଏବେ ବିଶ୍ରାମ ନେଉଛନ୍ତି। ଏହି କାରଣରୁ ଅଂଶୁଲ କମ୍ବୋଜଙ୍କୁ ତାଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ କରାଯାଇଛି। ଆକାଶଦୀପ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ଖେଳିଥିବାବେଳେ ଅର୍ଶଦୀପ ଏପର୍ଯ୍ୟନ୍ତ ଏହି ସିରିଜରେ ଖେଳିପାରି ନାହାଁନ୍ତି।
ଚତୁର୍ଥ ଟେଷ୍ଟ ପାଇଁ ଇଣ୍ଡିଆନ୍ ସ୍କ୍ବାଡ୍: ଶୁଭମାନ ଗିଲ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଯଶସ୍ୱୀ ଜୈସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଈଶ୍ବରନ୍, କରୁଣ, ରବିନ୍ଦ୍ର ଜାଦେଜା, ଧ୍ରୁଭ ଜୁରେଲ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଶାରଦୁଲ ଠାକୁର, ଜସ୍ପ୍ରୀତ୍ ବୁମରା, ମହମ୍ମଦ ସିରାଜ୍, ପ୍ରସିଦ୍ଧ କୃଷ୍ଣ, ଆକାଶ ଦୀପ, କୁଲଦୀପ ଯାଦବ ଏବଂ ଅଂସୁଲ କମ୍ବୋଜ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/21/new-project-5-2025-07-21-13-22-56.jpg)