ସାମ୍ବାଦିକଙ୍କୁ ଉତ୍ତର ଦେବାକୁ ମନା

ମସ୍କୋ: ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ-ଫ୍ରାନ୍‌ସ ମ୍ୟାଚ୍‌ ପରେ ଆହୂତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସାମ୍ବାଦିକ ସମ୍ମିଳନୀକୁ ଆସିଥିବା ଫ୍ରାନ୍‌ସ ଖେଳାଳି ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ଙ୍କୁ ଜଣେ ପ୍ରତିନିଧି ପ୍ରଶ୍ନ କରିଥିଲେ ମଧ୍ୟ ଏହାର ଉତ୍ତର ନଦେବାକୁ ପାଖରେ ଥିବା ଜଣେ ଅଧିକାରୀ ମନା କରି ଦେଇଥିଲେ। ଗ୍ରିଜ୍‌ମ୍ୟାନ୍‌ଙ୍କୁ ତାଙ୍କ ଆଟଲେଟିକୋ ମାଡ୍ରିଡ୍‌ ଭବିଷ୍ୟତ ସମ୍ପର୍କରେ ପ୍ରଶ୍ନ କରିଥିଲେ। କିନ୍ତୁ ଏହି ସ୍ପାନିସ୍‌ ସାମ୍ବାଦିକ ପେଦ୍ରୋ ମୋରାତାଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଗ୍ରିଜ୍‌ମ୍ୟାନ୍‌ ପ୍ରସ୍ତୁତ ହେଉଥିବାବେଳେ ସମ୍ପୃକ୍ତ ଅଧିକାରୀ ରୋକି ଦେଇଥିଲେ। ଏ ସମ୍ପର୍କିତ ପ୍ରଶ୍ନ କେବଳ ଫ୍ରେଞ୍ଚ୍‌ ଭାଷାରେ ପଚରାଗଲେ ସେ ଉତ୍ତର ରଖିବେ ବୋଲି କହି ଏଡ଼ାଇଯାଇଥିଲେ।

ସମ୍ବନ୍ଧିତ ଖବର