ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍, ୬ଟି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍

ନୂଆଦିଲ୍ଲୀ: ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । କରୋନା ସଂକ୍ରମଣ ବଢୁଥିବା ଦେଖି ବିସିସିଆଇ ଏନେଇ ବଡ ନିଷ୍ପତ୍ତି ନେଇଛି । ଦେଶରେ ଏବେ କରୋନା ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି । ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମଣ ସୀମା ଲଙ୍ଘିବାରେ ଲାଗିଲାଣି । ତେଣୁ ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ତେଣୁ ଏହା ଉପରେ ଦୃଷ୍ଟି ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଏ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି, କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି । କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ ବୋଲି ରାଜୀବ ସୂଚନା ଦେଇଛନ୍ତି ।

IPL 2021: BCCI official declares, 'confident of IPL 2021 in India with fans  in stadium'
InsideSport

ଗତଥର ଦେଶରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ୟୁଏଇରେ ଆଇପିଏଲ୍ ଆୟୋଜନ ହୋଇଥିଲା । ଗତଥର ମଧ୍ୟ ଦର୍ଶକମାନେ ଷ୍ଟାଡିୟମରେ ଖେଳ ଦେଖିବାର ମଜା ଉଠାଇପାରିନଥିଲେ । ଚଳିତ ବର୍ଷ ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା ନିଷ୍ପତ୍ତି ପ୍ରଶଂସକମାନଙ୍କୁ ନିରାଶ କରିଛି ।

ସମ୍ବନ୍ଧିତ ଖବର