ଟି-୨୦ରେ ନୂଆ ଅଧିନାୟକ ହେଲେ କ୍ଷତି କ’ଣ : ରବି ଶାସ୍ତ୍ରୀ

ମୁମ୍ବାଇ : ଟି-୨୦ ଫର୍ମାଟରେ ଭାରତୀୟ ଦଳର ଏକ ନୂଆ ଅଧିନାୟକ ନିଯୁକ୍ତ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠୁଛି । ଏହା ପ୍ରସ୍ତାବକୁ ଭାରତୀୟ ଦଳର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ଉପରୁ ଚାପ କମ କରିବାକୁ ଟି-୨୦ ଫାର୍ମାଟରେ ଜଣେ ନୂଆ ଅଧିନାୟକ ହେଲେ କୌଣସି କ୍ଷତି ନାହିଁ ।

ରୋହିତ ଏବେ କ୍ରିକେଟର ସମସ୍ତ ଫର୍ମାଟ୍- ଟି-୨୦, ଦିନିକିଆ ଓ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ଅଛନ୍ତି । କିନ୍ତୁ ତାଙ୍କ ନେତୃତ୍ବରେ ଟି-୨୦ ଏସିଆ କପ ଓ ବିଶ୍ବକପରେ ଭାରତ ଚାମ୍ପିଅନ ହେବାକୁ ବିଫଳ ହୋଇଥିଲା ।

ଶାସ୍ତ୍ରୀ କହିଛନ୍ତି ଯେ, ଆଜିକାଲି ଯେତେ କ୍ରିକେଟ ଖେଳାଯାଉଛି ଜଣେ ଖେଳାଳି ସବୁ ଫର୍ମାଟରେ ସଫଳ ହେବା ସହଜ ନୁହେଁ । ରୋହିତ ଏବେ ଟେଷ୍ଟ ଓ ଦିନିକିଆରେ ଅଧିନାୟକତ୍ବ କରୁଥିବାରୁ ଟି-୨୦ ପାଇଁ ଆଉ ଜଣେ ଖେଳାଳିଙ୍କୁ ଚୟନ କଲେ କ୍ଷତି କଣ ? ଯଦି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ଉଠୁଛି ତାହା ହିଁ ହେଉ ।

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ବକପ ସେମି ଫାଇନାଲରେ ଭାରତ ଲଜ୍ଜାଜନକଭାବେ ପରାସ୍ତ ହେବା ପରେ ଭାରତୀୟ ଟି-୨୦ ଦଳରେ ବ୍ୟାପକ ପରିବର୍ତ୍ତନ ପାଇଁ ସବୁଆଡୁ଼ ଦାବି ଉଠିଛି । ଏ ପ୍ରସଙ୍ଗରେ ବିସିସିଆଇରେ ବି ମାନସ ମନ୍ଥନ ଚାଲିଥିବା ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର