ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ପ୍ରଶଂସକଙ୍କୁ ହେବାକୁ ପଡ଼ିପାରେ ନିରାଶ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍‌ (ଟି-୨୦ ବିଶ୍ୱକପ୍‌ ୨୦୨୦)ର କ୍ରୀଡ଼ାସୂଚୀ ମଙ୍ଗଳବାର ଜାରି ହୋଇଛି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ମହିଳା ଏବଂ ପୁରୁଷ ଟି-୨୦ ବିଶ୍ୱକପ୍‌ କ୍ରୀଡ଼ାସୂଚୀ ଜାରି କରିଛି। ଭାରତୀୟ ପ୍ରଶଂସକ ସବୁବେଳେ ଚାହାନ୍ତି ବିଶ୍ୱକପ୍‌ରେ ପାକସ୍ତାନ ସହିତ ଭାରତ ମୁକାବିଲା ହେଉ କିନ୍ତୁ ଏଥର ଗ୍ରୁପ ମ୍ୟାଚରେ ଭାରତ ଓ ପାକିସ୍ତାନକୁ ମୁକାବିଲା କରିବାକୁ ପଡ଼ିବ ନାହିଁ। କାରଣ ଏହି ଦୁଇ ଟିମ୍‌କୁ ଗୋଟିଏ ଗ୍ରୁପରେ ରଖାଯାଇ ନାହିଁ। ଭାରତ ଏବଂ ପାକିସ୍ତାନର ମହିଳା ଏବଂ ପୁରୁଷ ଟିମ୍‌କୁ ଭିନ୍ନ ଭିନ୍ନ ଗ୍ରୁପରେ ରଖାଯାଇଛି। ଅନେକ ପ୍ରଶଂସକଙ୍କ ମତ ଯେ, ଏଥର ବିଶ୍ୱକପ୍‌ ଟି-୨୦ରେ ଭାରତ-ପାକିସ୍ତାନ ମୁକାବିଲା ହୋଇ ପାରିବ ନାହିଁ। ତେଣୁ ଭାରତୀୟ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିପାରେ।

ମହିଳା ଟି-୨୦ ବିଶ୍ୱକପ୍‌ ୨୦୨୦ ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ଯାଏଁ ଚାଲିବ। ଏଥିରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି। ଦୁଇଟି ଟିମ କ୍ୱାଲିଫାୟରରୁ ଆସିବେ। ଏହି ୨ଟିମକୁ ଭିନ୍ନ ଭିନ୍ନ ଗ୍ରୁପରେ ରଖାଯିବ।

ଟି-୨୦ ମହିଳା ବିଶ୍ୱକପ୍‌
ଗ୍ରୁପ-ଏ
ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଏବଂ ଏକ କ୍ୱାଲିଫାୟର ଟିମ୍‌
ଗ୍ରୁପ-ବି
ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଇଂଲଣ୍ଡ, ଏବଂ ଏକ କ୍ୱାଲିଫାୟର ଟିମ୍‌

ପୁରୁଷ ଟି-୨୦ ବିଶ୍ୱକପ ୨୦୨୦ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏଁ ଖେଳାଯିବ। ଏଥିରେ ମୋଟ ୧୬ ଟିମ ଅଂଶଗ୍ରହଣ କରିବେ। ୮ଟିମ କ୍ୱାଲିଫାୟରରୁ ଆସିବେ। ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଆୟୋଜକ ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ସିଧାସଳଖ ପ୍ରବେଶ କରୁଛନ୍ତି। ଶ୍ରୀଲଙ୍କା, ଜିମ୍ବାେଓ୍ଵ ଓ ବାଂଲାଦେଶ ସମେତ ଅନ୍ୟ ୫ ଟିମ କ୍ୱାଲିଫାୟର ମ୍ୟାଚ ଖେଳିବାକୁ ହେବ।

ଭାରତୀୟ ପୁରୁଷ ଟିମର କ୍ରୀଡ଼ାସୂଚୀ

ଅକ୍ଟୋବର ୨୪: ଦକ୍ଷିଣ ଆଫ୍ରିକା ବିରୋଧରେ ପର୍ଥରେ ମୁକାବିଲା
ଅକ୍ଟୋବର ୨୯: କ୍ୱାଲିଫାୟର ଟିମ୍‌-ଏ-୨ ବିରୋଧରେ ମେଲବର୍ଣ୍ଣରେ ମୁକାବିଲା
ନଭେମ୍ବର ୧: ଇଂଲଣ୍ଡ ବିରୋଧରେ ମେଲବର୍ଣ୍ଣରେ ମୁକାବିଲା
ନଭେମ୍ବର ୫: କ୍ୱାଲିଫାୟର ଟିମ-ବି-୧ ବିରୋଧରେ ଆଡିଲେଡରେ ମୁକାବିଲା
ନଭେମ୍ବର ୮: ଆଫଗାନିସ୍ତାନ ବିରୋଧରେ ସିଡନୀରେ ମୁକାବିଲା

ଭାରତୀୟ ମହିଳା ଟିମ୍‌ର କ୍ରୀଡ଼ାସୂଚୀ

ଫେବ୍ରୁଆରି ୨୧: ଅଷ୍ଟ୍ରେଲିଆ ବିରୋଧରେ ସିଡନୀରେ ମୁକାବିଲା
ଫେବ୍ରୁଆରି ୨୪: କ୍ୱାଲିଫାୟର-୧ ବିରୋଧରେ ପର୍ଥରେ ମୁକାବିଲା
ଫେବ୍ରୁଆରି ୨୭: ନ୍ୟୁଜିଲାଣ୍ଡ ବିରୋଧରେ ମେଲବର୍ଣ୍ଣରେ ମୁକାବିଲା
ଫେବ୍ରୁଆରି ୨୯: ଶ୍ରୀଲଙ୍କା ବିରୋଧରେ ମେଲବର୍ଣ୍ଣରେ ମୁକାବିଲା

ସମ୍ବନ୍ଧିତ ଖବର