ନୂଆଦିଲ୍ଲୀ : ଚଳିତ ବର୍ଷ ଚୀନରେ ଅନୁଷ୍ଠିତ ହେବାକୁ ଯାଉଛି ଏସୀୟ କ୍ରୀଡ଼ା । ଆସନ୍ତା ସେପ୍ଟେମ୍ବର ମାସରେ ଏହା ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହେବ । ଏଥର ଏସୀୟ କ୍ରୀଡ଼ାରେ  କ୍ରିକେଟକୁ ସାମିଲ କରାଯାଇଛି । କିନ୍ତୁ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତୀୟ କ୍ରିକେଟ ଦଳ (ଉଭୟ ପୁରୁଷ ଓ ମହିଳା ଦଳ) ଯୋଗ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପ୍ରଶ୍ନ କରାଯିବାରୁ ସେ ବିସିସିଆଇକୁ ପଚାରିବାକୁ କହିଛନ୍ତି ।

Advertisment

ଏସୀୟ କ୍ରୀଡ଼ା ଇତିହାସରେ ମାତ୍ର ଦୁଇଥର କ୍ରିକେଟ ସାମିଲ ହୋଇଛି- ୨୦୧୦ ଓ ୨୦୧୪ରେ । କିନ୍ତୁ ଏହି ଦୁଇଥର ବିସିସିଆଇ ନିଜର ଦଳକୁ ପଠାଇନଥିଲା । ପୂର୍ବରୁ ନିର୍ଦ୍ଧାରିତ ଅନ୍ୟ ଟୁର୍ଣ୍ଣାମେଣ୍ଟ ଥିବା ଦର୍ଶାଇ ବିସିସିଆଇ ଭାରତୀୟ ଦଳକୁ ପଠାଇନଥିଲା । ଏଥର ବି ବିସିସିଆଇ ଭାରତୀୟ ଦଳକୁ ନ ପଠାଇବାର ସମ୍ଭାବନା ରହିଛି । ଫଳରେ ଏସୀୟ କ୍ରୀଡ଼ାରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳକୁ ଦେଖିବାକୁ ମିଳିବ ନାହିଁ ।

ଏସୀୟ କ୍ରୀଡ଼ାରେ ସେପ୍ଟମ୍ବର ୧୦ରୁ ୨୫ ମଧ୍ୟରେ ଟି-୨୦ ଫର୍ମାଟରେ କ୍ରିକେଟ ଖେ​ଳାଯିବ । ସେପ୍ଟେମ୍ବର ମାସରେ ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବ । ସେହିପରି ପୁରୁଷ ଦଳ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ପ୍ରସ୍ତୁତ ହେଉଥିବ ।  ଏଣୁ ଉଭୟ ଦଳ ସାମିଲ ହୋଇପାରିବେ ନାହିଁ ।