ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ସମସ୍ତ ପ୍ରକାରର କ୍ରିକେଟ୍ରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥା’ନ୍ତି। ତାଙ୍କ ଏହି ସୀମିତ କ୍ରିକେଟ୍ ଜୀବନ ମଧ୍ୟରେ ନିଜ ଵିକେଟ୍ ନେବା ଦକ୍ଷତା ଯୋଗୁଁ ଆଇସିସି ବୋଲର ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି। ଏସବୁ ବାଦ୍ ବୁମ୍ରାଙ୍କ ଅଣପାରମ୍ପରିକ ବୋଲି˚ ଶୈଳୀ ମଧ୍ୟ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଏଭଳି ଶୈଳୀ ସତ୍ତ୍ବେ ସେ ଠିକ୍ ସ୍ଥାନରେ ବଲ୍ ପକାଇ ପାରୁଛନ୍ତି। ଏପରିକି ଏଭଳି ବୋଲି˚ ପାଇଁ ସେ ଆହତ ହୋଇପାରନ୍ତି ବୋଲି କେତେକ କୁହନ୍ତି, ଏସବୁ ସତ୍ତ୍ବେ ସେ କିପରି ଆନ୍ତର୍ଜାତିକ ସ୍ତରରେ ସଫଳତାର ସିଡ଼ି ଚଢ଼ିଚାଲିଛନ୍ତି, ତାହା ଉପରେ ଏକ ସାକ୍ଷାତକାରରେ ବୁମ୍ରା କହିଛନ୍ତି।
ୱେଷ୍ଟଇଣ୍ତିଜ୍ର ଦ୍ରୁତ ବୋଲର ଇଆନ ବିଶପ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସନ୍ ପୋଲକଙ୍କ ସହ ହୋଇଥିବା ଏକ ସାକ୍ଷାତକାରରେ ବୁମ୍ରା ତାଙ୍କର ଏହି ଅଜବ ବୋଲି˚ ଶୈଳୀ ବିଷୟରେ ସବିଶେଷ ସୂଚନା ଦେଇଛନ୍ତି। ତାଙ୍କ ଅନୁଯାୟୀ, ସେ କୌଣସି ପ୍ରଶିକ୍ଷକଙ୍କ ଅଧିନରେ ପ୍ରଶିକ୍ଷଣ ନେଇନାହାନ୍ତି କିମ୍ବା କୌଣସି ପେସାଦାର ଶିବିରରେ ମଧ୍ୟ ଯୋଗ ଦେଇନାହାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ସ୍ବତଃ ତାଲିମ ନେଇଆସୁଥିଲା ବେଳେ ଟିଭି ଓ ବିଭିନ୍ନ ଭିଡିଓ ଦେଖି ଶିକ୍ଷାଲାଭ କରୁଛନ୍ତି। ତେଣୁ ଏଭଳି ଅଜବ ବୋଲି˚ ଶୈଳୀ ପଛରେ ଆଉ କୌଣସି କାରଣ ନଥିବା ବୁମ୍ରା କହିଛନ୍ତି। ଯେଉଁମାନେ ତାଙ୍କ ବୋଲି˚ ଶୈଳୀ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଉଛନ୍ତି, ସେମାନଙ୍କ କଥାକୁ ବୁମ୍ରା ଧ୍ୟାନ ଦେଉନାହାନ୍ତି। ଯଦି ଆତ୍ମବିଶ୍ବାସ ରହିଛି, ତାହେଲେ ମୋର ଦକ୍ଷତା ବୃଦ୍ଧି କରିଚାଲିଥିବି ବୋଲି ସେ କହିଛନ୍ତି। ସେହିପରି ତାଙ୍କର ଛୋଟ ରନ୍ ଅପ୍କୁ ନେଇ ମଧ୍ୟ ସେ ସନ୍ତୁଷ୍ଟ ଅଛନ୍ତି। ଏକଦା ସେ ବଡ଼ ରନ୍ ଅପ୍ ନେଇ ପ୍ରୟାସ କରିଥିଲେ। କିନ୍ତୁ ବଲ୍ର ଗତିରେ କୌଣସି ପରିବର୍ତ୍ତନ ହେଉନଥିବାରୁ ଅଳ୍ପ ରନ୍ ଅପ୍କୁ ନେଇ ବୋଲି˚ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।