ବିରାଟ-ରୋହିତଙ୍କ ମଧ୍ୟରେ ବିବାଦକୁ ଚୟନକର୍ତ୍ତାଙ୍କ ଅସ୍ବୀକାର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ଟେଷ୍ଟ ଅଧିନାୟକ ବିରାଟ କୋହଲି ଏବଂ ଏକ ଦିବସୀୟ ଓ ଟି୨୦ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ମତଭେଦ ଥିବା ଖବରକୁ ଅସ୍ବୀକାର କରିଛନ୍ତି । ବିରାଟଙ୍କୁ ଏକଦିବସୀୟ ଅଧିନାୟକ ଭାବରେ ହଟାଇବା ଏବଂ ରୋହିତଙ୍କୁ ନିଯୁକ୍ତ କରିବା ଚୟନକର୍ତ୍ତାଙ୍କ ନିଷ୍ପତ୍ତି ପରେ ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମତଭେଦକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଦୁଇଜଣଙ୍କ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ଉଭୟଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ କରାଯିବ କି ବୋଲି ଏକ ପ୍ରଶ୍ନର ଉତ୍ତରେ ଚେତନ କହିଛନ୍ତି, ତେବେ ଚେତନ ଉତ୍ତର ଦେଇଛନ୍ତି, ” କଣ ପାଇଁ ବୈଠକ କରାଯିବ ? ସବୁକିଛି ଠିକ୍ ଅଛି । ସେଥିପାଇଁ ମୁଁ କହୁଥିଲି କଳ୍ପନା ଜଳ୍ପନାକୁ ଯାଅ ନାହିଁ। ଆମେ ସମସ୍ତେ ପ୍ରଥମେ କ୍ରିକେଟର ଏବଂ ପରେ ଚୟନକର୍ତ୍ତା । ସେମାନଙ୍କ ମଧ୍ୟରେ କିଛି ବିଭେଦ ନାହିଁ ।”

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲି ମଧ୍ୟ କହିଥିଲେ ଯେ ରୋହିତଙ୍କ ସହିତ ତାଙ୍କର କୌଣସି ମତଭେଦ ନାହିଁ । ଗତ ୨ ବର୍ଷ ହେଲା ଏ ସଂପର୍କରେ ବାରମ୍ବାର କହି ସେ ଥକି ଗଲେଣି ।

ଗତ କାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଏକଦିବସୀୟ ମ୍ୟାଚ୍ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା  । ତେବେ ଏଥିରେ ଭାରତୀୟ ଏକଦିବସୀୟ ଓ ଟି୨୦ ଦଳର ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି ।

ସମ୍ବନ୍ଧିତ ଖବର