ପ୍ୟାରିସ: କରୋନା ଟିକା ନ ନେବା କାରଣରୁ ବିଶ୍ବର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ୍ଙ୍କୁ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ରେ ଖେଳିବାକୁ ଅଷ୍ଟ୍ରେଲିଆ ସରକାର ଅନୁମତି ଦେଇନଥିଲେ। ଏବେ ସେ ଫ୍ରେଞ୍ଚ ଓପନ୍ ଖେଳିବା ନେଇ ବି ଆଶଙ୍କା ସୃଷ୍ଟି ହୋଇଛି। ସମାନ କାରଣରୁ ଜୋକୋଭିକ୍ଙ୍କୁ ଫ୍ରେଞ୍ଚ ଓପନ୍ରେ ଖେଳିବାକୁ ଅନୁମତି ଦିଆଯିବନି ବୋଲି ଫ୍ରାନ୍ସ କ୍ରୀଡ଼ାମନ୍ତ୍ରୀ ସୋମବାର କହିଛନ୍ତି। ‘‘ଫ୍ରାନ୍ସର ଟିକା ନିୟମକୁ ରବିବାର ସଂସଦର ଅନୁମୋଦନ ମିଳିଛି। ଏହି ନୂଆ ନିୟମ ଅନୁଯାୟୀ ଯାହା ପାଖରେ ଟିକା ପ୍ରମାଣପତ୍ର ଥିବ ତାଙ୍କୁ ସାଧାରଣ ସ୍ଥାନ ଯେପରିକି ରେସ୍ତୋରାଁ, କାଫେ, ସିନେମା ଏବଂ ଟ୍ରେନ୍ରେ ଦୂର ଯାତ୍ରା କରିବାକୁ ଅନୁମତି ଦିଆଯିବ। ଏହି ନିୟମ ସମସ୍ତ ପେସାଗତ କ୍ରୀଡ଼ାବିତ୍ ଏବଂ ଦର୍ଶକ ପାଇଁ ମଧ୍ୟ ଲାଗୁ ହେବ। ମେ’ମାସରେ ଫ୍ରେଞ୍ଚ ଓପନ୍ ଆୟୋଜିତ ହେବ। ସେତେବେଳେ ଏବର ପରିସ୍ଥିତି ବଦଳି ଯାଇଥିଲେ ଭଲ କଥା। କିନ୍ତୁ ଏବେଠୁ ସ୍ପଷ୍ଟ କରୁଛି, କୋଭିଡ ନିୟମରେ କୌଣସି କୋହଳ କରାଯିବନି’’ ବୋଲି କ୍ରୀଡ଼ା ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ବିନା କରୋନା ଟିକାରେ ଅଷ୍ଟ୍ରେଲିଆରେ ପ୍ରବେଶ କରିଥିବାରୁ ସର୍ବିୟା ତାରକା ଜୋକୋଭିକ୍ଙ୍କ ଭିସାକୁ ଅଷ୍ଟ୍ରେଲିଆ ସରକାର ରଦ୍ଧ କରି ଦେଇଥିଲା। ଏହା ବିରୋଧରେ ଦୁଇ ଦୁଇ ଥର ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ପ୍ରଥମ ଥର ସେ ବିଜୟୀ ହୋଇଥିଲେ। କିନ୍ତୁ ଦ୍ବିତୀୟ ଥର ମାମଲା ହାରି ଅଷ୍ଟ୍ରେଲିଆରୁ ବିଦାୟ ନେଇଥିଲେ।
ଟିକା ନାହିଁ ତ ଅନୁମତି ନାହିଁ: ଜୋକୋଭିକଙ୍କ ଫ୍ରେଞ୍ଚ ଓପନ୍ ଖେଳିବା ନେଇ ବି ଆଶଙ୍କା
/sambad/media/post_attachments/wp-content/uploads/2022/01/djokovic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)