ପଡିଆରେ ବିନା ଦର୍ଶକରେ ଖେଳାଯିବ ଦୁଇଟି ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକି ଥିବା ଦୁଇଟି ଦିନିକିଆକୁ ନେଇ ବଡ ନିଷ୍ପତ୍ତି ନେଇଛି ବିସିସିଆଇ ବା ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ | କରୋନା ଭାଇରସର ଭୟାବହତାକୁ ନଜରରେ ରଖି ବାକି ଥିବା ଦୁଇଟି ମ୍ୟାଚରେ ଷ୍ଟାଡିୟମରେ କୌଣସି ଦର୍ଶକ ରହିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି | ଦୁଇଟି ମ୍ୟାଚ ବିନା ଦର୍ଶକରେ ହେବାକୁ ଥିବାବେଳେ ଦର୍ଶକମାନେ କେବଳ ଲାଇଭ ମାଧ୍ୟମରେ ମ୍ୟାଚ ଦେଖିପାରିବେ ବୋଲି କୁହାଯାଇଛି |

କରୋନା ଭାଇରସ୍ କୁ ନେଇ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହିତ ବିସିସିଆଇ ଆଲୋଚନା କରିଥିଲା | ଏହା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି | ଷ୍ଟାଡିୟମରେ ହଜାର ହଜାର ଦର୍ଶକଙ୍କ ସମାଗମ ହେଉଥିବାରୁ ଏହାକୁ ନଜରରେ ରଖି ବିନା ଦର୍ଶକରେ ମ୍ୟାଚ କରିବାକୁ କୁହାଯାଇଛି |

ଏଠାରେ ସୂଚନା ଥାଉ କି କରୋନା ଭୟ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ର ୪୦ ପ୍ରତିଶତ ଟିକେଟ୍‌ ବିକ୍ରି ହୋଇ ନଥିଲା। ଅବଶ୍ୟ ଏହି ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା। ତେବେ ଲକ୍ଷ୍ନୌ ଓ କୋଲ୍‌କାତାରେ ଖେଳାଯିବାକୁ ଥିବା ଦ୍ବିତୀୟ ତଥା ତୃତୀୟ ମୁକାବିଲା ପାଇଁ ବିନା ଦର୍ଶକରେ ମ୍ୟାଚ କରାଯିବ |

ସମ୍ବନ୍ଧିତ ଖବର