ବୋପାନ୍ନା-କୁଇଭାସ୍‌ ଶୀର୍ଷ ମାନ୍ୟତାଙ୍କୁ ହରାଇଲେ

ନୂଆଦିଲ୍ଲୀ: ଭାରତୀୟ ତାରକା ରୋହନ ବୋପାନ୍ନା ଓ ତାଙ୍କ ଉରୁଗୁଏ ସାଥୀ ପାବ୍‌ଲୋ କୁଇଭାସ୍‌ ଭିଏତ୍‌ନାମରେ ଚାଲିଥିବା ଏର୍ଷ୍ଟ ବ୍ୟାଙ୍କ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ବୃହତ୍‌ ବିପର୍ଯ୍ୟୟ ଘଟାଇଛନ୍ତି। ଏହି ଭାରତ-ଉରୁଗୁଏ ଅଣମାନ୍ୟତା ଯୋଡ଼ି ଶୀର୍ଷ ମାନ୍ୟତା ମାର୍ସେଲୋ ମେଲୋ ଓ ଲୁକାସ୍‌ କୁବୋଟ୍‌ଙ୍କୁ ୬-୭, ୬-୪ ଓ ୧୦-୮ ସୁପର ଟାଇାବ୍ରେକର୍‌ ସେଟ୍‌ରେ ପରାସ୍ତ କରି ପୁରୁଷ ଯୁଗଳ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିପରି ଆଲେଜାନ୍ଦ୍ରୋ ବେଗା ଓ ଷ୍ଟିଫାନେ ରବର୍ଟ ଯୋଡ଼ିକୁ ୭-୬, ୧-୬ ଓ ୧୦-୪ ସେଟ୍‌ରେ ପରାସ୍ତ କରି ସାକେତ ମିନେନି ଓ ବିଜୟ ସୁନ୍ଦର ପ୍ରଶାନ୍ତ ଯୋଡ଼ି ମଧ୍ୟ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି।

ସମ୍ବନ୍ଧିତ ଖବର