ନୂଆଦିଲ୍ଲୀ: ଆଜି ଆଇପିଏଲ ପ୍ରଥମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମୁହାଁମୁହିଁ ହେବେ। ସେହିପରି ଆଜିର ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଲଢେଇ ହେବ | ତେବେ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ମିଳିଥିବା ସୂଚନା ମୁତାବକ ଦିଲ୍ଲୀ କ୍ୟାପିଟାଲସର ଫାଷ୍ଟ ବୋଲର ଏର୍ନିକ ନର୍ଖିଆ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତିଗତ କାରଣରୁ ବାଙ୍ଗାଲୋର ବିପକ୍ଷରେ ଏର୍ନିକ୍ ଖେଳିବେ ନାହିଁ | ଆଉ ଏହା ଡେଭିଡ ୱାର୍ଣ୍ଣରଙ୍କ ଦଳ ଦିଲ୍ଲୀ କ୍ୟାପିଟାଲସ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି | ବାସ୍ତବରେ ଉଭୟ ଦଳ ପାଇଁ ଆଜିକାର ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ |
ବିଶେଷକରି ଦିଲ୍ଲୀ କ୍ୟାପିଟାଲସ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କିନ୍ତୁ ଏର୍ନିକ୍ ନର୍ଖିଆ ଆଜି ମ୍ୟାଚ ଖେଳିବେ ନାହିଁ । ପଏଣ୍ଟ ଟେବୁଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଞ୍ଚମ ସ୍ଥାନରେ ରହିଛି। ଏହି ଦଳ ୫ଟି ମ୍ୟାଚ୍ ଜିତିଥିବାବେଳେ ୪ଟି ମ୍ୟାଚରେ ପରାଜିତ ହୋଇଛି | ବର୍ତ୍ତମାନ ଏହି ଦଳ ୯ ଟି ମ୍ୟାଚରେ ୧୦ ପଏଣ୍ଟ ପାଇଛି | ଅନ୍ୟପଟେ ଡେଭିଡ ୱାର୍ଣ୍ଣରଙ୍କ ଦଳ ଦିଲ୍ଲୀ କ୍ୟାପିଟାଲସ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲସ ଚଳିତ ସିଜନରେ ୯ଟି ମ୍ୟାଚ୍ ଖେଳିଛି, ମାତ୍ର ୩ଟି ମ୍ୟାଚ୍ ଜିତିଛି | ତେବେ ପ୍ଲେ ଅଫ୍ରେ ପହଞ୍ଚିବା ଆଶାକୁ ବଞ୍ଚାଇ ରଖିବା ପାଇଁ ଦିଲ୍ଲୀ କ୍ୟାପିଟାଲସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏହି ମ୍ୟାଚ ଜିତିବାକୁ ପଡିବ |