ସିଓଲ: ଦକ୍ଷିଣ ଏବଂ ଉତ୍ତର କୋରିଆ ମଧ୍ୟରେ ଦୀର୍ଘଦିନ ହେବ ଲାଗି ରହିଥିବା ଉତ୍ତେଜନା ପ୍ରଶମିତ ହେବାର ଛୋଟ କାଟିଆ ଆଶା ସଂଚାର ହୋଇଛି। ବାଦ ବିବାଦକୁ ଭୁଲି ଦୁଇ ଦେଶ ଆସନ୍ତାମାସର ଶୀତକାଳୀନ ଅଲିମ୍ପିକ୍ସ ଅବସରରେ ଗୋଟିଏ ପତାକା ତଳେ ମାର୍ଚପାଷ୍ଟରେ ଅଂଶ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପତାକାରେ କୋରିଆ ଉପଦ୍ୱୀପର ଚିତ୍ର ରହିବ। ବୁଧବାର ସୀମାବର୍ତୀ ଗ୍ରାମ ପାମୁଞ୍ଜନରେ ଦୁଇ ଦେଶର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଦୁଇ ଦେଶ ମଧ୍ୟ ଅଲିମ୍ପିକ୍ସରେ ଏକ ମିଳିତ ମହିଳା ଆଇସ୍ ହକି ଦଳ ଖେଳାଇବାକୁ ଚିନ୍ତା କରୁଥିବା ଜଣା ପଡ଼ିଛି। ଏହା କୋରିଆ ଇତିହାସରେ ପ୍ରଥମ ଘଟଣା ହେବ। ତେବେ ଏଥିଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦର ମଞ୍ଜୁରି ମିଳିବା ଦରକାର। ଉତ୍ତର କୋରିଆ ଶୀତକାଳୀନ ଅଲିମ୍ପିକ୍ସ ଲାଗି ଏକ ୨୩୦ ଜଣିଆ ଦଳ ପଠାଇବ ବୋଲି ପୂର୍ବରୁ ଘୋଷଣା କରି ସାରିଛି।
ଗୋଟିଏ ପତାକା ତଳେ ଉତ୍ତର ଓ ଦକ୍ଷିଣ କୋରିଆ
ଶୀତକାଳୀନ ଅଲିମ୍ପିକ୍ସ
/sambad/media/post_attachments/wp-content/uploads/2018/01/korean-cultural-differences.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)