ନୂଆଦିଲ୍ଲୀ : ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍ ପ୍ରତିଯୋଗିତାରେ ଭାରତୀୟ ଗ୍ରାଣ୍ଡ୍ ମାଷ୍ଟର ବିଶ୍ବନାଥନ୍ ଆନନ୍ଦଙ୍କ ଅଭିଯାନରେ ଝଟ୍କା ଲାଗିଛି। ଏହି ୧୦ ଜଣିଆ ପ୍ରତିଯୋଗିତାର ପଞ୍ଚମ ରାଉଣ୍ଡ ସୁଦ୍ଧା ପ୍ରଥମ ଏବଂ ସପ୍ତମ ରାଉଣ୍ଡ ସୁଦ୍ଧା ଦ୍ବିତୀୟ ସ୍ଥାନରେ ରହିଥିବା ପୂର୍ବତନ ବିଶ୍ବ ବିଜେତା ଆନନ୍ଦ ଅଷ୍ଟମ ରାଉଣ୍ଡରେ ପରାଜୟର ସାମ୍ନା କରିଛନ୍ତି। ଏହି ରାଉଣ୍ଡର ଆନନ୍ଦ ଆଜରବୈଜାନ୍ର ସାଖ୍ରିୟର ମାମେଦ୍ୟାରୋଭ୍ଙ୍କଠାରୁ ହାରିଯିବାରୁ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି। ଆନନ୍ଦଙ୍କ ପଏଣ୍ଟ ସଂଖ୍ୟା ୧୩ରେ ସ୍ଥିର ରହିଥିଲା ବେଳେ ନରୱେର ମାଗ୍ନେସ୍ କାର୍ଲସେନ୍ ଏକାକୀ ଶୀର୍ଷରେ ରହିଛନ୍ତି। ଅଷ୍ଟମ ରାଉଣ୍ଡରେ ବିଶ୍ବର ଏକ ନମ୍ବର କାର୍ଲସେନ୍ ଫ୍ରାନ୍ସର ମାକ୍ସିମେ ଭାଚିଅର ଲାଗ୍ରାଭେଙ୍କୁ ପରାସ୍ତ କରି ସର୍ବାଧିକ ୧୫ ପଏଣ୍ଟ ପାଇଥିଲା ବେଳେ ଆନନ୍ଦଙ୍କୁ ପରାସ୍ତ କରିଥିବା ମାମେଦ୍ୟାରୋଭ ୧୪.୫ ପଏଣ୍ଟ ସହ ଦ୍ବିତୀୟକୁ ଉଠିଛନ୍ତି। ତାଙ୍କଠୁ ଅଧପଏଣ୍ଟ କମ୍ରେ ଲାଗ୍ରାଭେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ରାଉଣ୍ଡର ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରୁ ଆମେରିକାର ୱେସ୍ଲି ସୋ ବୁଲ୍ଗେରିଆର ଭାସେଲିନ୍ ଟୋପାଲୋଭ୍ଙ୍କଠୁ ହାରିଯାଇଥିଲା ବେଳେ ଆଜରବୈଜାନ୍ର ତିମୁର ରାଜାବୋଭ୍ ଚୀନ୍ର ୱାଙ୍ଗ୍ ହୋ’ଙ୍କୁ ଏବଂ ନେଦରଲାଣ୍ଡ୍ସର ଅନିଶ ଗିରି ନରୱେର ଆର୍ଯ୍ୟନ୍ ତାରିଙ୍କୁ ପରାସ୍ତ କରିଛନ୍ତି।
ନରୱେ ଚେସ୍: ମାମେଦ୍ୟାରୋଭ୍ଙ୍କଠୁ ହାରି ତୃତୀୟକୁ ଖସିଲେ ଆନନ୍ଦ
/sambad/media/post_attachments/wp-content/uploads/2022/06/ananda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)