ପୋଙ୍ଗୟାଙ୍ଗ : ଦକ୍ଷିଣ କୋରିଆର ପୋଙ୍ଗୟାଙ୍ଗଠାରେ ଚାଲିଥିବା ଶୀତକାଳୀନ ଅଲିମ୍ପିକ୍ସରେ ନରେଓ୍ଵର ରୋବର୍ଟ ଜୋହାନସନ ସ୍କି ଜମ୍ପିଂରେ କାଂସ୍ୟ ପଦକ ଜିତିଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ଅଲିମ୍ପିକ୍ସ ପଦକ। ହେଲେ ଅଲିମ୍ପିକ୍ସ ପଦକ ନୁହେଁ ନିଜ ଅଦା ଭଳିଆ ବଙ୍କା ଟଙ୍କା ନିଶ ପାଇଁ ଜୋହାନସନ୍ ଅଧିକ ଚର୍ଚାକୁ ଆସିଛନ୍ତି। ଏହି ୨୭ ବର୍ଷୀୟ କ୍ରୀଡ଼ା ତାରକା ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଅନ୍ୟତମ ଲୋକପ୍ରିୟ ଖେଳାଳି ପାଲଟି ଯାଇଛନ୍ତି। ଯାହା ଜୋହାନସନଙ୍କୁ ଅସୀମ ଆନନ୍ଦ ଦେଇଛି। ସେ କହିଛନ୍ତି ମୁଁ ଦୁଇବର୍ଷ ତଳେ ନିଶ ରଖିବା ଆରମ୍ଭ କରିଥିଲି। ଲୋକମାନେ ମୋ ନିଶର ପ୍ରଶଂସା କରୁଥିବା ଦେଖି ଏହାର ଭଲଭାବେ ଯତ୍ନ ନେବା ଆରମ୍ଭ କରିଥିଲି। ଏବେ ଏହା ମୋ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଅଲିମ୍ପିକ୍ସରେ ମୋ ନିଶ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିବାରୁ ବହୁତ ଖୁସି ଲାଗୁଛି। ଟ୍ଵିଟର ଏବଂ ଫେସବୁକ୍ ଭଳି ସାମାଜିକ ଗଣମାଧ୍ୟମରେ ମଧ୍ୟ ଜୋହାନସନଙ୍କ ନିଶକୁ ନେଇ ଅନେକ କୌତୁକିଆ ପ୍ରତିକ୍ରିୟା ଆସୁଛି। ଜୋହାନସନ ଶ୍ରେଷ୍ଠ ନିଶ ପଦକ ଜିତିଥିବା ଜଣେ ପ୍ରଶଂସକ ଲେଖିଥିଲା ବେଳେ ଆଉ ଜଣେ ଲେଖିଛନ୍ତି ଚଳିତ ଶୀତକାଳୀନ ଅଲିମ୍ପିକ୍ସର ସବୁଠାରୁ ଭଲ କଥା ହେଲା ଜୋହାନସନଙ୍କ ନିଶ।
ନରେଓ୍ଵ ଖେଳାଳିଙ୍କ ଚର୍ଚିତ ନିଶ
/sambad/media/post_attachments/wp-content/uploads/2018/02/norway-player.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)