ଜୟପୁର: ‘‘ସବୁ ଦଳକୁ ସମାନ ପ୍ରକାର ପ୍ରଶିକ୍ଷଣ ଦେଇ ହେବନି। ଅବଶ୍ୟ ପ୍ରଶିକ୍ଷଣର କିଛି ନୀତି ନିୟମ ଓ ଆଦର୍ଶ ଅପରିବର୍ତ୍ତିତ ରହିବ। ହେଲେ ଆପଣ ଯେଉଁ ଦଳକୁ ପ୍ରଶିକ୍ଷଣ ଦେବେ, ସେହି ଦଳ କିଛି ନୂଆ ପ୍ରକାର ଆହ୍ବାନ ନେଇ ଆସିବ। କିଛି ନୂଆ ଜିନିଷର ଆବଶ୍ୟକତା ବି ରହିବ। ଆପଣ ଏକଥା କହିପାରିବେ ନାହିଁ ଯେ ୧୯ ବର୍ଷରୁ କମ୍ ଦଳରେ ମୁଁ କରୁଥିବା ସବୁ କାମ ଜାତୀୟ ଦଳରେ କରିପାରିବି। ମୁଁ କୌଣସି କଥାକୁ ଏଭଳି ଭାବେ ଦେଖେନାହିଁ। ମୋ ପାଇଁ ଏହା କିଛି ନୂଆ କଥା ଶିଖିବା ଏବଂ ଖେଳାଳିଙ୍କୁ ଜାଣିବାର ସୁଯୋଗ’’ ଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ଦି ୱାଲ୍ ରାହୁଲ ଦ୍ରାବିଡ଼। କାର୍ଯ୍ୟଭାର ଗ୍ରହଣ କରିବା ପରେ ଦେଇଥିବା ପ୍ରଥମ ସାକ୍ଷାତକାରରେ ଦ୍ରାବିଡ଼ ଜାତୀୟ ଦଳର ଆବଶ୍ୟକତା ଅନୁସାରେ ନିଜକୁ ବଦଳାଇବା ଉପରେ ଗୁରୁତ୍ବ ଦେଇଛନ୍ତି। ସେହିଭଳି ଖେଳାଳିଙ୍କଠାରୁ ଶ୍ରେଷ୍ଠ ପ୍ରଦର୍ଶନ ବାହାର କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ବୋଲି ମତ ପ୍ରକାଶ କରିଛନ୍ତି। ‘‘ଆମକୁ ଭାରତ ପାଇଁ ଖେଳୁଥିବା ସବୁ ମ୍ୟାଚ୍ ଜିତିବାକୁ ହେବ। ତେବେ ଆପଣଙ୍କୁ ଜୈବବଳୟ କଥା ବି ଭାବିବାକୁ ହେବ। ଖେଳାଳିଙ୍କ ଲମ୍ବା କ୍ୟାରିୟରକୁ ମଧ୍ୟ ନଜରରେ ରଖିବାକୁ ପଡ଼ିବ। ଜିତିବା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ଏକ ଦକ୍ଷ ସମ୍ଭାବ୍ୟ ଦଳ ଗଠନ ଉପରେ ମଧ୍ୟ କାମ କରିବାକୁ ହେବ’’ ବୋଲି ଆହୁରି କହିଥିଲେ ଦ୍ରାବିଡ଼।
ସବୁ ଦଳକୁ ସମାନ ପ୍ରଶିକ୍ଷଣ ଦେଇ ହେବନି: ଦ୍ରାବିଡ଼
/sambad/media/post_attachments/wp-content/uploads/2021/10/Rahul-Dravid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)