-ହର୍ଷ ଭୋଗ୍ଲେ
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଡେ୍ଵନ୍ ବ୍ରାଭୋ ଖେଳିଥିବା ପାଳି ବେଶ୍ ନାଟକୀୟ ଥିଲା। ଚେନ୍ନାଇ ବହୁ ପୂର୍ବରୁ ମ୍ୟାଚ୍ ହାତଛଡ଼ା କରି ସାରିଥିଲା ବେଳେ ତାଙ୍କ ପାଳି ହିଁ ସବୁ କିଛି ଓଲଟ ପାଲଟ କରିଦେଲା। ପ୍ରତିକୂଳ ପରିବେଶରେ ସେ ଚମତ୍କାର ବ୍ୟାଟିଂ କରିଥିଲେ। ଏଥିପାଇଁ ହିଁ ଚେନ୍ନାଇ ଚିତ୍ତାକର୍ଷକ ବିଜୟ ହାସଲ କଲା। ସେ ଯେଉଁ ଅବିଶ୍ୱସନୀୟ ପାଳି ଖେଳିଲେ ସେଥିପାଇଁ ଯଥେଷ୍ଟ କଳା କୌଶଳର ଦରକାର ଥିଲା। ମିଚେଲ ମ୍ୟାକ୍ଲିନାଘାନଙ୍କ ଅଷ୍ଟାଦଶ ଓଭରରେ ବ୍ରାଭୋ ୨୦ ରନ୍ ଅମଳ କରିଥିଲେ। ଫଳରେ ଚେନ୍ନାଇର ବିଜୟ ଲକ୍ଷ୍ୟ ୧୨ ବଲ୍ରୁ ୨୭ ରନ୍କୁ କମି ଯାଇଥିଲା। ଊନ୍ନବିଂଶ ଓଭର ଭାରତର ଶ୍ରେଷ୍ଠ ଶେଷ ଓଭର ବୋଲର ଯସ୍ପ୍ରୀତ ବୁମରା ବୋଲିଂ କରିଥିଲେ। ଦୁର୍ଭାଗ୍ୟଜନକ ଭାବେ ସେ ନିଜ ଲେନ୍ଥ ଠିକ୍ ରଖିପାରି ନଥିଲେ ଏବଂ ପ୍ରଥମ ଦୁଇ ବଲ୍ରେ ଲଗାତାର ଦୁଇଟି ଛକା ଖାଇଥିଲେ। ଚେନ୍ନାଇର ବିଜୟ ଲକ୍ଷ୍ୟ ମଧ୍ୟ ହଠାତ୍ ୧୦ ବଲ୍ରୁ ୧୫ ରନ୍କୁ କମି ଯାଇଥିଲା। ତୃତୀୟ ବଲ୍ରେ ମୁସ୍ତାଫିଜୁରଙ୍କ ଓଭର ଥ୍ରୋ ପାଇଁ ଯେଉଁଠି ଏକ ରନ୍ ହେବା କଷ୍ଟକର ଥିଲା ସେଠି ବ୍ରାଭୋ ଦୁଇ ରନ୍ ନେଇ ପୁଣି ଥରେ ଷ୍ଟ୍ରାଇକକୁ ଫେରିଥିଲେ। ତା’ ପରେ ବୁମ୍ରାଙ୍କ ପଞ୍ଚମ ବଲ୍ରୁ ବି ବ୍ରାଭୋ ଆଉ ଏକ ଛକା ଅମଳ କରି ନେଇଥିଲେ। ବ୍ରାଭୋ ଏବଂ ଲିଟିଲ ମାଷ୍ଟର କେଦାର ଯାଦବ ଛକା ମାରିଲା ବେଳେ ମୁମ୍ବାଇ କ୍ଷେତ୍ରରକ୍ଷକଙ୍କର ଏହାକୁ ରୋକିବାର କ୍ଷମତା ନଥିଲା। ହେଲେ ଓଭରଥ୍ରୋ ଭଳି ସଙ୍ଗୀନ ଭୁଲ ହିଁ ସେମାନଙ୍କ ପାଇଁ କାଳ ହେଲା। ସାଧରଣତଃ ପ୍ରଶିକ୍ଷକମାନେ ଓଭର ଥ୍ରୋକୁ ରୋକିବା ଲାଗି ଦୀର୍ଘ ସମୟ ଅଭ୍ୟାସ କରାଇ ଥାଆନ୍ତି। ହେଲେ ଏହାକୁ କିଏ କେମିତି କାମରେ ଲଗାଉଛି ତାହା ହିଁ ମହତ୍ୱପୂର୍ଣ୍ଣ। ଖେଳରେ ଆମେ ସମସ୍ତେ ବଡ଼ କଥାକୁ ମନେ ରଖେ। ହେଲେ ଛୋଟ ଛୋଟ କାରଣ ହିଁ ଅଧିକ କ୍ଷତି ପହଞ୍ଚାଇ ଥାଏ। (ଟିସିଏମ୍)
ବ୍ରାଭୋଙ୍କ ପାଳିର ତୁଳନା ନାହିଁ
/sambad/media/post_attachments/wp-content/uploads/2018/04/Bravo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)