ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଅଭିନେତା ନାସିରୁଦ୍ଦିନ ଶାହ ନିଜ ବଳିଷ୍ଠ ଅଭିନୟ ସହ ଜଣେ ସଚ୍ଚା କ୍ରିକେଟ୍ ପ୍ରେମୀ ଭାବେ ମଧ୍ୟ ପରିଚିତ। ତାଙ୍କ ପ୍ରିୟ ଭାରତୀୟ କ୍ରିକେଟ୍ ତାରକା କିନ୍ତୁ କୋଟିକୋଟି ପ୍ରଶଂସକ ଥିବା ଅଧିନାୟକ ବିରାଟ କୋହଲି କିମ୍ବା ହିଟ୍ମ୍ୟାନ୍ ରୋହିତ ଶର୍ମା ନୁହନ୍ତି। ବରଂ ନାସିରଙ୍କ ପସନ୍ଦର ଏବେକାର ଭାରତୀୟ କ୍ରିକେଟ୍ ତାରକା ହେଉଛନ୍ତି ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ। ଏକ ସାକ୍ଷାତକାର ଅବସରରେ ତାଙ୍କ ପ୍ରିୟ କ୍ରିକେଟ୍ ତାରକାଙ୍କ ନାଁ କହିବାକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନାସିର ତୁରନ୍ତ ଅଶ୍ବିନଙ୍କ ନାଁ ନେଇଥିଲେ। ସେହିଭଳି ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଅଧିନାୟକ ଭାବେ ମନସୁର ଅଲ୍ଲୀ ଖାନ୍ ପଟୌଦିଙ୍କୁ ବାଛିଥିଲେ। ନାସିରଙ୍କ ଏଭଳି ଉତ୍ତର କେବଳ ପ୍ରଶ୍ନକର୍ତ୍ତା ନୁହେଁ, ତାଙ୍କ ପ୍ରଶଂସକମାନଙ୍କୁ ବି ଚକିତ କରିଦେଇଥିଲା। ତେବେ ଅନେକ ଉଦୀୟମାନ କ୍ରିକେଟର ଅଶ୍ବିନଙ୍କୁ ନିଜ ଆଦର୍ଶ କରି ସ୍ପିନର ହେବାକୁ ଚାହୁଥିବା ନାସିର କହିଥିଲେ। ସେହିଭଳି ମନସୁରଙ୍କ ନେତୃତ୍ବ ଶୈଳୀ ସମସ୍ତଙ୍କଠାରୁ ଭିନ୍ନ ଓ ନିଆରା ଥିଲା ବୋଲି ସେ କହିଥିଲେ।
କୋହଲି କିମ୍ବା ରୋହିତ ନୁହଁ, ନାସିରଙ୍କ ପ୍ରିୟ କ୍ରିକେଟର୍ ଅଶ୍ବିନ
/sambad/media/post_attachments/wp-content/uploads/2020/09/fh4sfh987sfh987sfh89f798fshhffshsfhsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)