ଭୁବନେଶ୍ବର: ବଡ଼ ମ୍ୟାଚ୍ ପୂର୍ବରୁ କିଛି ଖେଳାଳିଙ୍କ ଭଳି ଦେଖେଇ ହୁଏନି। ଏହା ମୋ ମତରେ ଭଲ ନୁହେଁ। ପଦକ ଆଣିବି ବୋଲି ମୋର ଆଶା ଓ ବିଶ୍ବାସ ରହିଥିଲା ବୋଲି ଫିନ୍ଲାଣ୍ଡରେ ଅନୁଷ୍ଠିତ ପାଭୋ ନୁର୍ମି କ୍ରୀଡ଼ାରେ ନିଜର କୀର୍ତ୍ତିମାନ ଭଙ୍ଗିବା ପରେ କହିଛନ୍ତି ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ରେ ନୀରଜ ୮୭.୫୮ ମିଟର ଜାଭଲିନ୍ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ମଙ୍ଗଳବାର ସେ ୮୯.୩୦ ମିଟର ଫିଙ୍ଗି ନିଜ ନାଁରେ ଥିବା ପୂର୍ବ ଜାତୀୟ କୀର୍ତ୍ତିମାନ ଭାଙ୍ଗିଥିଲେ। ନୀରଜ ଏହି କୀର୍ତ୍ତିମାନ ଭାଙ୍ଗିବା ପରେ ତାଙ୍କ ପ୍ରଶିକ୍ଷକ କ୍ଲାଉସ ବାର୍ଟୋନିକ କହିଛନ୍ତି ଯେ ମୁଁ ପ୍ରଶିକ୍ଷକ ଭାବେ ବହୁତ ଖୁସି। ଅଭ୍ୟାସ ବହୁତ ଭଲରେ ହୋଇଥିଲା। ଆମେ ଟିକେ ବିଳମ୍ବରେ ଅଭ୍ୟାସ ଆରମ୍ଭ କରିଥିଲେ ମଧ୍ୟ ଆମକୁ ସଫଳତା ମିଳିଥିଲା। ନୀରଜ ପୂର୍ବରୁ ପାତିଆଲାଠାରେ ଗତ ମାର୍ଚ୍ଚ ମାସରେ ୮୮.୦୭ ମିଟର ଦୂରତାକୁ ଜାଭଲିନ୍ ଫିଙ୍ଗି ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ ସେ। ଏବେ ସେ ଏହାକୁ ଟପିଯାଇଛନ୍ତି। ୨୪ ବର୍ଷୀୟ ନୀରଜ ଚଳିତ ବର୍ଷ ୯୦ ମିଟର ଦୂରତା ଛୁଇବାକୁ ଲକ୍ଷ୍ୟ ରଖିଛନ୍ତି।
ଅନ୍ୟ ଖେଳାଳିଙ୍କ ପରି ଦେଖେଇ ହୁଏନି: ନୀରଜ
/sambad/media/post_attachments/wp-content/uploads/2022/06/s65sfh4f65h4h65hfsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)