ସିଡନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ମ୍ୟାଚ୍ ଶୁକ୍ରବାର ଠାରୁ ସିଡନୀରେ ଖେଳାଯିବ। ଏହି ସିରିଜରେ ଟିମ୍ ଇଣ୍ଡିଆ ୧-୨ରେ ପଛରେ ରହିଛି। ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ଦଳର ପ୍ରତିନିଧିତ୍ବ କିଏ କରିବ, ତାହା ଏବେ ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ପାଲଟିଛି। କ୍ରିକେଟର ରୋହିତ ଶର୍ମା ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳିବେ କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ପିଚ୍ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ କୋଚ୍ ଗୌତମ ଗମ୍ଭୀର। ଅନ୍ୟ ପକ୍ଷରେ ଷ୍ଟାର କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଭଲ ନଥିବାରୁ ଶେଷ ମ୍ୟାଚରେ ଭାରତର ଅଧିନାୟକ କିଏ ହେବ ତାକୁ ନେଇ ବିତର୍କ ଚାଲିଛି।

Advertisment

ଏସବୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପୂର୍ବତନ ବେଙ୍ଗଲ ତଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ୱିକେଟକିପର ଶ୍ରୀବତ୍ସ ଗୋସ୍ୱାମୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଶୁଭମନ ଗିଲ ଶୁକ୍ରବାର ସିଡନୀରେ ଦଳର ନେତୃତ୍ୱ ନେଇପାରନ୍ତି। ପୂର୍ବରୁ ବିରାଟ ଓ ଜସପ୍ରୀତ୍ ବୁମରାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଶ୍ରୀବତ୍ସ, ଶୁଭମନଙ୍କ ନାମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।