ବିରାଟ-ଅନୁଷ୍କାଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ରବିବାର ଆରହନ ସିଂହ ଆଇନଗତ ନୋଟିସ୍‌ ପଠାଇଛନ୍ତି। ଗତ ୧୬ ତାରିଖରେ ଆରହନ ସିଂହ ନିଜ ଗାଡ଼ି ମଧ୍ୟରୁ କିଛି ଅଳିଆ ରାସ୍ତା ଉପରକୁ ପକାଇଥିଲେ। ସେହି ବାଟରେ ଯାଉଥିବା ଅନୁଷ୍କା ଏହା ଦେଖି ତାଙ୍କୁ ଅଳିଆ ପକାଇବା ନେଇ ସାବଧାନ କରିଥିଲେ। ଏହି ଭିଡ଼ିଓକୁ ଅନୁଷ୍କା ଟ୍ଵିଟର୍‌ରେ ଉପସ୍ଥାପିତ କରିଥିଲେ। ଏହାକୁ ବିରାଟ ଦେଖିବା ପରେ ଅନୁଷ୍କାଙ୍କୁ ତାରିଫ କରିଥିଲେ। ହେଲେ ଏହି ଦମ୍ପତିଙ୍କ ଏଭଳି ହରକତ ପାଇଁ ଆରହନଙ୍କ ମାନହାନୀ ଘଟିଥିଲା। ଯାହାକୁ ନେଇ ସେ ଆଇନର ଆଶ୍ରୟ ନେଇଛନ୍ତି।

ସମ୍ବନ୍ଧିତ ଖବର