ମେଲବର୍ଣ୍ଣ: ଚତୁର୍ଥ ସିଡ୍ ତଥା ରେକର୍ଡ ୨୫ତମ ଗ୍ରାଣ୍ଡସ୍ଲାମ୍ ବିଜୟ ଲକ୍ଷ୍ୟରେ ଥିବା ସର୍ବିୟାର ମହାନ ଟେନିସ୍ ତାରକା ନୋଭାକ ଜୋକୋଭିକ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ର ଚତୁର୍ଥ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ଶନିବାର ତୃତୀୟ ରାଉଣ୍ଡ୍ ମୁକାବିଲାରେ ସେ ନେଦରଲାଣ୍ଡ୍ସର ବୋଟିକ୍ ଭାନ୍ ଡର୍ ଜଣ୍ଡେସ୍କଲ୍ପଙ୍କୁ ୬-୩, ୬-୪, ୭-୪ରେ ପରାସ୍ତ କରି ଏଠାରେ ଏକାଦଶ ଥର ପାଇଁ ବିଜେତା ହେବା ଦିଗରେ ଆଉ ଏକ ବଡ଼ ପାଦ ଆଗକୁ ବଢ଼ାଇଛନ୍ତି। ସ୍ବିଜରଲାଣ୍ଡର୍ ୪୦ବର୍ଷୀୟ ପୁରୁଖା ଖେଳାଳି ଷ୍ଟାନିସ୍ଲାସ୍ ୱାରିଙ୍କା କିନ୍ତୁ ଆମେରିକୀୟ ଟେଲର ଫ୍ରିଜ୍ଙ୍କଠାରୁ ୭-୬, ୨-୬, ୪-୬, ୪-୬ରେ ଆମେରିକୀୟ ଟେଲର୍ ଫ୍ରିଜ୍ଙ୍କଠାରୁ ହାରି ଅଶ୍ରୁଳ ବିଦାୟ ନେଇଛନ୍ତି।
ତିନିଟି ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟୀ ୪୦ ବର୍ଷୀୟ ୱାରିଙ୍କା ଏହି ମ୍ୟାଚ୍ ହାରିବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ତା’ ସହିତ ମେଲବର୍ଣ୍ଣ ପାର୍କରେ ଏହା ତାଙ୍କର ଶେଷ ମ୍ୟାଚ୍ ଥିଲା ବୋଲି ସଙ୍କେତ ଦେଇଥିଲେ। ଦ୍ବିତୀୟ ସିଡ୍ ଇଟାଲୀର ଜାନିକ ସିନ୍ନର ମଧ୍ୟ ସଂଘର୍ଷପୂର୍ଣ୍ଣ ବିଜୟ ସହ ଚତୁର୍ଥ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେ ଆମେରିକାର ଏଲିଅଟ୍ ସ୍ପିଜିରୀଙ୍କୁ ୪-୬, ୬-୩, ୬-୪, ୬-୪ରେ ପରାସ୍ତ କରିଥିଲେ। ଅନ୍ୟତମ ଆମେରିକୀୟ ତଥା ଅଷ୍ଟମ ସିଡ୍ ବେଞ୍ଜାମିନ ସେଲଟନ୍ ଓ ଷୋଡ଼ଶ ସିଡ୍ ଚେକ୍ ରିପବ୍ଲିକ୍ର ଜ୍ୟାକୁବ ମେକସିକ୍ ପ୍ରମୁଖ ନିଜନିଜ ମ୍ୟାଚ୍ ଜିତି ଆଗକୁ ବଢ଼ିଥିଲେ।
ଆହୁରି ପଢ଼ନ୍ତୁ: Cricket: ପୁଣି ଥରେ କ୍ରିକେଟ୍ ପଡ଼ିଆକୁ ଫେରିଲେ କ୍ୟାପ୍ଟେନ୍ କୁଲ୍ ଏମ୍ଏସ୍ ଧୋନି
ଓହରିଲେ ଓସାକା
ମେଲମର୍ଣ୍ଣରେ ଅସହ୍ୟ ତାତି ଓ ଗରମ ପାଇଁ ଅନେକ ଖେଳାଳି ଶନିବାର ଅସହଜ ଅନୁଭବ କରିଥିଲେ। ନିଜ ନିଆରା ଓ ଷ୍ଟାଇଲିସ୍ ପ୍ରବେଶ ପାଇଁ ଚର୍ଚ୍ଚାରେ ରହିଥିବା ଜାପାନର ଏକ ନମ୍ବର ମହିଳା ଟେନିସ୍ ଖେଳାଳି ନାଓମି ଓସାକା ନିଜ ତୃତୀୟ ରାଉଣ୍ଡ୍ ମ୍ୟାଚ୍ ଖେଳି ନଥିଲେ। ଶତପ୍ରତିଶତ ସୁଦ୍ଧ ନଥିବାରୁ ଏହି ମ୍ୟାଚ୍ ପୂର୍ବରୁ ଓହରି ଯାଇଥିଲେ। ଫଳରେ ସ୍ଥାନୀୟ ଖେଳାଳି ମାଡିସନ୍ ଇଂଗ୍ଲିସ୍ ଚତୁର୍ଥ ରାଉଣ୍ଡ୍ ଖେଳିବାର ଟିକେଟ ହାସଲ କରିଥିଲେ। ପଞ୍ଚମ ସିଡ୍ ଏଲିନା ରିବକିନା, ୨୧ତମ ସିଡ୍ ଏଲିସ୍ ମର୍ଟେନ୍ସ, ଚତୁର୍ଥ ସିଡ୍ ଆମଣ୍ଡା ଆନିସିମୋଭା ଓ ଅଣ ସିଡେଡ୍ ୱାନ୍ ଜିନୁ ମଧ୍ୟ ଚତୁର୍ଥ ରାଉଣ୍ଡ୍ରେ ପ୍ରବେଶ କରିଥିଲେ। ପୁରୁଷ ଯୁଗଳରୁ ଭାରତୀୟ ତାରକା ଏନ୍ ଶ୍ରୀରାମ ବାଲାଜୀ ଏବଂ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ନିଲ ଓବରଲେଟନର୍ ଦ୍ବିତୀୟ ରାଉଣ୍ଡ୍ରୁ ବିଦାୟ ନେଇଛନ୍ତି। ଏହି ଇଣ୍ଡୋ-ଅଷ୍ଟ୍ରେଲିଆ ଯୋଡ଼ିକୁ ଦ୍ବିତୀୟ ସିଡ୍ ମାର୍ସେଲୋ ଆରେଭାଲୋ ଓ ମେଟ୍ ପାଭିକ୍ ୭-୫, ୬-୧ରେ ପରାସ୍ତ କରିଥିଲେ।
ଆହୁରି ପଢ଼ନ୍ତୁ: Election: ଓଡ଼ିଶାରେ କେବେ ହେବ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/24/24bbs_41_24012026_112-2026-01-24-18-51-01.jpg)