ନୋଭୋତ୍ନାଙ୍କ ପରଲୋକ

ପ୍ରେଗ୍‌: ଚେକ୍‌ ଗଣରାଜ୍ୟର ଟେନିସ୍‌ କିମ୍ବଦନ୍ତୀ ୟାନା ନୋଭୋତ୍ନାଙ୍କ ସୋମବାର ୪୯ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ୧୯୯୮ ମସିହାରେ ଓ୍ଵିମ୍ବଲ୍‌ଡନ୍‌ ଜିତି ଥିବା ଏହି ଟେନିସ୍‌ ତାରକା କର୍କଟ ରୋଗରେ ପୀଡ଼ିତ ଥିଲେ। ଯୁଗଳ ଏବଂ ମିଶ୍ରିତ ଯୁଗଳରେ ନୋଭୋତ୍ନା ୧୬ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିଥିଲେ। ୨୦୦୫ରେ ସେ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଥିଲେ। ୧୪ ବର୍ଷର ଟେନିସ୍‌ ଜୀବନରେ ନୋଭୋତ୍ନା ମୋଟ ୨୪ ଏକକ ଏବଂ ୭୬ ଯୁଗଳ ମୁକୁଟ ହାସଲ କରିଥିଲେ। ଏଥିସହ ସେ ୩ ଥର ଅଲିମ୍ପିକ୍‌ ବିଜୟିନୀ ହେବା ସହ ୧୯୮୮ରେ ଚେକସ୍ଲୋଭିଆର ଫେଡେରେସନ୍‌ ବିଜୟୀ ଦଳର ସଦସ୍ୟା ଥିଲେ।

ସମ୍ବନ୍ଧିତ ଖବର