କ୍ରିକେଟ୍ ଆଉ ଭଦ୍ରଲୋକଙ୍କ ଖେଳ ହୋଇ ରହିନାହିଁ: କପିଳ ଦେବ

ମୁମ୍ବାଇ: ‘କିଏ କହିଲା କ୍ରିକେଟ୍ ଭଦ୍ରଲୋକଙ୍କ ଖେଳ, ଏହା ଦିନେ ଭଦ୍ରଲୋକଙ୍କ ଖେଳ ଥିଲା’ ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ୍ କିଂବଦନ୍ତି କପିଳ ଦେବ। ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲରେ ଭାରତ ଏବଂ ବାଂଲାଦେଶ ଖେଳାଳିଙ୍କ ଅଶୋଭନୀୟ ଆଚରଣକୁ ଭୟଙ୍କର ଏବଂ ନିରସ ଦର୍ଶାଇ କପିଳ ଦେବ ଏହା କହିଛନ୍ତି। ଯୁବ ଖେଳାଳିମାନେ ଯାହା ଘଟାଇଲେ ତାହା ‘ଭୟଙ୍କର’। କ୍ରିକେଟ୍ ବୋର୍ଡ ଏଥି ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଫଳରେ ସେମାନେ ଆଉ ଭବିଷ୍ୟତରେ ଏଭଳି ଭୁଲ ଦୋହରାଇବେ ନାହିଁ। ‘ତୁମେ ମ୍ୟାଚ୍‌ ହାରିଲ, ପଡିଆ ଭିତରକୁ ଯାଇ ଆଉ କାହାରି ସହ ଲଢ଼ିବାର ଅଧିକାର ତୁମ ପାଖରେ ନ ଥିଲା। କେବଳ ଫେରି ଆସିବା କଥା। ଅଧିନାୟକ, ପ୍ରବଂଧକ ଏବଂ ଅନ୍ୟ ଯେଉଁମାନେ ବାହାରେ ଥିଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଥିଲା। ଜଣେ ୧୮ ବର୍ଷୀୟ ଖେଳାଳି ସବୁବେଳେ ବୁଝି ପାରିନଥାଏ, ଏହା ପ୍ରବଂଧକଙ୍କ ଦାୟିତ୍ବ ଥିଲା। ଫାଇନାଲ୍ ମ୍ୟାଚ୍‌ ପରବର୍ତୀ ଗଣ୍ଡଗୋଳ ପାଇଁ ଭାରତର ୨ ଏବଂ ବାଂଲାଦେଶର ୩ ଜଣ ଖେଳାଳିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ସମ୍ବନ୍ଧିତ ଖବର