ନୂଆଦିଲ୍ଲୀ: ପଦାର୍ପଣ ଋତୁରେ ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ବିଜେତା କରାଇବା ପରେ ପ୍ରଥମ ଥର ଅଧିନାୟକତ୍ବ କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ନଜର ଏବେ ଭାରତୀୟ ଦଳର ବିଶ୍ବକପ୍ ବିଜୟ ଉପରେ ନିବଦ୍ଧ ହୋଇଛି। ରବିବାର ରାତିରେ ୧ ଲକ୍ଷରୁ ଊର୍ଧ୍ବ ଦର୍ଶକଙ୍କୁ ନେଇ ଭରପୂର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଅଲରାଉଣ୍ଡ୍ ପ୍ରଦର୍ଶନ କରି ୨୦୦୮ ବିଜେତା ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଥିଲା। ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ ବି କମାଲ କରିଥିଲେ। ଆହତ ସମସ୍ୟା ଦେଇ ଗତି କରୁଥିବାରୁ ବିଗତ ୨ ଋତୁ ପାଣ୍ଡ୍ୟା କେବଳ ବ୍ୟାଟର୍ ଭାବେ ଖେଳୁଥିଲେ। ୨୮ ବର୍ଷୀୟ ପାଣ୍ଡ୍ୟା ଏବେ ପରବର୍ତୀ ଲକ୍ଷ୍ୟ ରଖିଛନ୍ତି ଚଳିତ ବର୍ଷର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଉପରେ। ‘ମୁଁ ଏବେ ସବୁକିଛି ଦେବାକୁ ପ୍ରସ୍ତୁତ। ସବୁବେଳେ ଦଳକୁ ପ୍ରାଥମିକତା ଦେଇ ଆସିଛି।
ମୋ ପାଇଁ ଲକ୍ଷ୍ୟ ଅତି ସରଳ-ଦଳକୁ ସର୍ବାଧିକ ସଫଳତା ମିଳୁ। ଦେଶର ପ୍ରତିନିଧିତ୍ବ ମୋତେ ସବୁବେଳେ ସନ୍ତୁଷ୍ଟି ଦେଇ ଆସିଛି। ଯାହା ଘଟୁ ପଛେ ମୁଁ ଏବେ ବିଶ୍ବକପ୍ ଜିତିବାକୁ ଚାହେଁ’ ବୋଲି ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ମୁଁ ବଡ଼ ଭାଗ୍ୟବାନ ଯେ ୫ଟି ଆଇପିଏଲ୍ ଫାଇନାଲ୍ ଖେଳିଛି ଏବଂ ୫ ଥର ଟ୍ରଫି ଜିତିଛି। ନୂଆ ଫ୍ରାଞ୍ଚାଇଜ୍ ପାଇଁ ଖେଳିବା ଏବଂ ପ୍ରଥମ ଋତୁରେ ବିଜେତା ହେବା ନିଶ୍ଚିତ ସଫଳତା ଧାରାକୁ ଆଗକୁ ନେବ ବୋଲି ପାଣ୍ଡ୍ୟା କହିଥିଲେ। ଚଳିତ ଋତୁରେ ମୁଁ ନେଇଥିବା ଅତିରିକ୍ତ ଦାୟିତ୍ବ ମୋଠାରୁ ଶ୍ରେଷ୍ଠ ଖେଳ ବାହାର କରିଥିଲା ବୋଲି ମଧ୍ୟ ପାଣ୍ଡ୍ୟା ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/d564g65d4ag65gd4dgadag.jpg)