ଭୁବନେଶ୍ବର: ନ୍ୟାସନାଲ ଫିଜିକ ଆଲିଆନ୍ସ (ଏନ୍ପିସି) ପକ୍ଷରୁ ସ୍ଥାନୀୟ ରେଲବାଇ ଇନ୍ଡୋର ଷ୍ଟାଡିୟମ୍ ଆୟୋଜିତ ଓଡ଼ିଶା ୨୦୨୩ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ମେନ୍ସ ଫିଜିକ ପ୍ରତିଯୋଗିତାରେ କିଶୋର ଚନ୍ଦ୍ର ବିଶୋଇ ଓଭରଅଲ୍ ବିଜେତା ହୋଇଛନ୍ତି। ୭୦ କେଜି ସୁନ୍ଦର ସ୍ବାସ୍ଥ୍ୟରେ କିଶୋର ପ୍ରଥମ, ସତ୍ୟବ୍ରତ ସାହୁ ଦ୍ବିତୀୟ ଓ ଦିନ୍ୟାଜ୍ୟୋତି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ୭୦ କେଜିରୁ ଅଧିକରେ ସତ୍ୟଜିତ ପ୍ରତିହାରି, ପ୍ରତୀକ କୁମାର ଛତ୍ରା, ପ୍ରେମ କୃଷ୍ଣ ସାହୁ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। କ୍ଲାସିକ ଫିଜିକ୍ରେ ପ୍ରତୀକ କୁମାର ଛତ୍ରା, ପ୍ରେମ କୃଷ୍ଣ ସାହୁ ଓ କୁନାଲ ନାୟକ ଯଥାକ୍ରମେ ଶୀର୍ଷ ୩ରେ ରହିଥିଲେ। ମେନ୍ସ ଫିଜିକରେ ସଂଜୟ କୁମାର ଜେନା ପ୍ରଥମ, ପ୍ରତୀକ କୁମାର ଛତ୍ରା ଦ୍ବିତୀୟ ଓ ଦିବ୍ୟଜ୍ୟୋତି ପ୍ରସାଦ ସାହୁ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।
ଏହି ପ୍ରତିଯୋଗିତାକୁ ମେନ୍ସ ଫିଜିକ ଅନ୍ତର୍ଜାତୀୟ ବିଜେତା ରମନ ରତନ ରାଉତଙ୍କ ତତ୍ବାବଧାନରେ ଏନ୍ପିସି ଜାତୀୟ ବିଚାରକ ସୋମ ତୁଗ ନାୟତ, ଋଷି, ସୁତପା ବିଶ୍ୱାଳ, ଶିବୁ ପଣ୍ଡା, ସ୍ୱସ୍ତିକ ଜେନା ଓ ବିଶ୍ୱ ପଟ୍ଟନାୟକ ପରିଚାଳନା କରିଥିଲେ। ଆୟୋଜନରେ ଉତ୍କଳ କରାଟେ ସ୍କୁଲ ଓ ୱାର୍ଲ୍ଡ ଅଫ୍ ନ୍ୟୁଟ୍ରିସିଅନ୍ ସହଯୋଗ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ, ରାଜ୍ୟଗୋଷ୍ଠୀ ଶକ୍ତିଉତ୍ତୋଳନ ବିଜେତା ସମରେନ୍ଦ୍ର ରାଉତରାୟ ଏବଂ ବିଜୟ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।