ଏନ୍‌ପିଏଲ୍‌: ଜୁନାଗଡ଼ ଟୋରୋସ୍‌ ବିଜୟୀ

ଭୁବନେଶ୍ୱର: ନବୋଦୟ ବିଦ୍ୟାଳୟର ପୁରାତନ ଛତ୍ର ସଂଘ ପକ୍ଷରୁ ନିମପୁର ପଡ଼ିଆରେ ଚାଲିଥିବା ନବୋଦୟ ପ୍ରିମିୟର ଲିଗ୍‌ (ଏନ୍‌ପିଏଲ୍‌)ର ମଙ୍ଗଳବାର ମ୍ୟାଚ୍‌ରେ ଜୁନାଗଡ଼ ଟୋରୋସ୍‌ ବିଜୟୀ ହୋଇଛି। ରାଇବନିଆ ଟାଇଗର୍ସ ପ୍ରଥମେ ବ୍ୟାଟିଂ କରି ୨୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। ଦିବ୍ୟଜ୍ୟୋତି ସିଂହ ୧୬ ଏବଂ ଗୌରବ କୁମାର ସ୍ୱାଇଁ ୧୪ ରନ୍‌ କରିଥିଲେ। ପ୍ରଶାନ୍ତ ବିଶ୍ୱାଳ ୩ ଓ୍ଵିକେଟ୍‌ ନେଇଥିଲେ।

ଜବାବରେ ଜୁନାଗଡ଼ ଦଳ ନିଆଲ୍‌ ୩୮ ରନ୍‌ ସହାୟତାରେ ୨୯.୨ ଓଭରରେ ୧୧୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ରାଇବନିଆ ପକ୍ଷରୁ ଦିବ୍ୟଜ୍ୟୋତି ସିଂହ ହ୍ୟାଟି୍ରକ ସହ ୫ ଓ୍ଵିକେଟ୍‌ ହାସଲ କରିଥିଲେ। ମ୍ୟାଚ୍‌ ଟାଇ ରହିବାରୁ ଫଳାଫଳ ଲାଗି ସୁପର ଓଭରର ସହାୟତା ନିଆ ଯାଇଥିଲା। ସୁପର ଓଭରରେ ଜୁନାଗଡ଼ ଦଳ ୭ ରନ୍‌ରେ ବିଜୟୀ ହୋଇଥିଲା। ଦିବ୍ୟଜ୍ୟୋତି ସିଂହଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଆନନ୍ଦ ସାହୁ ଏବଂ ସତ୍ୟବ୍ରତ ମହାପାତ୍ର ଖେଳ ପରିଚାଳନା କରିଥିଲା ଅତିଥି ଭାବେ ସତ୍ୟବ୍ରତ ମହାପାତ୍ର ଏବଂ ଅଶୋକ ଜେନା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର