ଏନେସ୍‌ କପ୍‌ରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର: ଓଡ଼ିଆ ବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଚତୁର୍ଥ ଏନେସ୍‌ କପ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘ ଏବଂ ତୁର୍କି ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘର ମିଳିତ ସହଯୋଗରେ କୋନୟା ସହରର ୟୁଥ୍‌ ଆଣ୍ଡ୍‌ ସ୍ପୋର୍ଟସ କ୍ଲବ୍‌ ଇନ୍‌ଡୋର ଷ୍ଟାଡିୟମରେ ବୁଧବାରଠୁ ଆରମ୍ଭ ହେବ। ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ୧୩ ତାରିଖରେ ଅନୁଷ୍ଠିତ ହେବ। ପ୍ରମୋଦଙ୍କ ସହ ଏହି ପ୍ରତିଯୋଗିତାରେ ଭାରତରୁ ୭ ଜଣ ପ୍ରତିଯୋଗୀ ଭାଗ ନେଉଛନ୍ତି। ପ୍ରମୋଦ ଏକକ ଏବଂ ଯୁଗଳ ବର୍ଗରେ ଅଂଶଗ୍ରହଣ କରିବେ। ଗତ ମାସରେ ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ପ୍ରମୋଦ ୨ ପଦକ ଜିତିବା ପରେ ସିଧାସଳଖ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର