ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆୟୋଜିତ ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାର ପୁରୁଷ ବର୍ଗ ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ନିଜ ନିଜ କ୍ବାର୍ଟର ଫାଇନାଲ ମ୍ୟାଚ୍କୁ ଜିତି ସୁନ୍ଦରଗଡ଼, ଢ଼େଙ୍କାନାଳ, ଖୋର୍ଦ୍ଧା ଓ ସମ୍ବଲପୁର ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ମଙ୍ଗଳବାର ଉଭୟ ପୁରୁଷ ଓ ମହିଳା ବର୍ଗର ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ମଙ୍ଗଳବାର ପୁରୁଷ ବର୍ଗର ପ୍ରଥମ ସେମିଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ଓ ଢେଙ୍କାନାଳ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ଖୋର୍ଦ୍ଧା ଓ ସମ୍ବଲପୁର ମଧ୍ୟରେ ଖେଳାଯିବ।
/sambad/media/post_attachments/wp-content/uploads/2024/02/c6c456fd-1711-410e-927f-ec2907d85101-1.jpeg)
ସେହିପରି ମହିଳା ସେମିଫାଇନାଲ୍ ମ୍ୟାଚ୍ ମଧ୍ୟ ମଙ୍ଗଳବାର ଅନୁଷ୍ଠିତ ହେବ। ସୋମବାର ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍ ସୁନ୍ଦରଗଡ଼ ଓ ନବରଙ୍ଗପୁର ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ସୁନ୍ଦରଗଡ଼ ୨-୦ ଗୋଲ୍ରେ ଜିତି ପ୍ରଥମ ଦଳଭାବେ ସେମିଫାଇନାଲ ପ୍ରବେଶ କରିଥିଲା। ଢେଙ୍କାନାଳ ଓ ଦେବଗଡ଼ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚ୍ ଶେଷସୁଦ୍ଧା ସ୍କୋର୍ ୪-୪ ଗୋଲରେ ଅମୀମାଂସିତ ରହିଥିଲା। ତେବେ ସୁଟ୍ଆଉଟ୍ରେ ଢେଙ୍କାନାଳ ୪-୩ ଗୋଲରେ ବାଜି ମାରିନେଇଛି। ଅବଶିଷ୍ଟ ଦୁଇ ମ୍ୟାଚ୍ରେ ଖୋର୍ଦ୍ଧା ୧୨-୨ ଗୋଲ୍ରେ ବରଗଡ଼କୁ ଓ ସମ୍ବଲପୁର ୨-୦ ଗୋଲରେ ମୟୂରଭଞ୍ଜକୁ ପରାସ୍ତ କରିଛି।