ଦକ୍ଷିଣ ଆଫ୍ରିକା ଦଳରୁ ନୁର୍‌ଜେ ବାଦ୍‌; ମୋରିସ୍‌ଙ୍କୁ ଡକରା

‌େଜାହାନ୍‌ସବର୍ଗ: ଆହତ ଯୋଗୁଁ ଦ୍ରୁତ ବୋଲର ଅନ୍‌ରିଚ୍‌ ନୁର୍‌ଜେଙ୍କ ବାଦ୍‌ ପଡ଼ିବା ଦକ୍ଷିଣ ଆଫ୍ରିକା ଦଳର ବିଶ୍ବକପ୍‌ ଯୋଜନାରେ ଝଟ୍‌କା ଲାଗିଛି। ନେଟ୍‌ସ୍‌ରେ ପ୍ରସ୍ତୁତି ବେଳେ ତାଙ୍କ ଡାହାଣ ହାତ ଆଙ୍ଗୁଠି ଭାଙ୍ଗିଯିବାରୁ ନୁର୍‌ଜେ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ପୂରା ସୁସ୍ଥ ହେବା ପାଇଁ ଅତିକମ୍‌ରେ ୬ରୁ ୮ ସପ୍ତାହ ଲାଗିଯିବ। ତେଣୁ ତାଙ୍କ ବଦଳ ଖେଳାଳି ଭାବେ ଅଲ୍‌ରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଦକ୍ଷିଣ ଆଫ୍ରିକାର ୧୫ ଜଣିଆ ବିଶ୍ବକପ୍‌ ଦଳକୁ ଡକରା ମିଳିଛି। ଦଳୀୟ ପ୍ରବନ୍ଧକ ମହମ୍ମଦ ମୁସାଜି ଏହି ସୂଚନା ଦେଇଛନ୍ତି। ହେଲେ ୩୨ ବର୍ଷ ବୟସ୍କ ମୋରିସ୍‌ ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିନାହାନ୍ତି। କେବଳ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଚଳିତ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ମୋରିସ୍‌ ୯ ମ୍ୟାଚ୍‌ରୁ ୧୩ ୱିକେଟ୍‌ ଦଖଲ କରିଥିଲେ। ବର୍ଷାଧିକ ସମୟ ଦିନିକିଆ ମ୍ୟାଚ୍‌ ନଖେଳିଥିଲେ ମଧ୍ୟ ମୋରିସ୍‌ ସବୁବେଳେ ଆମ ଯୋଜନାରେ ରହିଥିଲେ ଏବଂ ସେ ହି ଆମର ପରର୍ବତୀ ଶ୍ରେଷ୍ଠ ବୋଲର ବୋଲି ଜାତୀୟ ମନୋନୟନକର୍ତା ସମିତିର ଉପଦେଷ୍ଟା ଲିଣ୍ଡା ଜୋଣ୍ଡି କହିଛନ୍ତି।
ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ଦଳ: ଫାଫ୍‌ ଡୁ ପ୍ଲେସିସ୍‌ (ଅଧିନାୟକ), ଜେପି ଡୁମିନି, ଡେଭିଡ୍‌ ମିଲର, ଡେଲ୍‌ ଷ୍ଟେନ୍‌, ଆନ୍ଦିଲେ ଫେଲୁକ୍ବାୟୋ, ଇମ୍ରାନ୍‌ ତାହିର, କାଗିସୋ ରବାଦା, ଡ୍ବେନ୍‌ ପ୍ରିଟୋରିଅସ୍‌, କ୍ବିଣ୍ଟନ ଡି କକ୍‌ (ୱିକେଟ୍‌ରକ୍ଷକ), କ୍ରିସ୍‌ ମୋରିସ୍‌, ଲୁଙ୍ଗି ଏନ୍‌ଗିଡ଼ି, ଏଡେନ୍‌ ମର୍କରାମ, ରାସି ଭାନ୍‌ ଦୁସେନ୍‌, ହାସିମ୍‌ ଆମ୍‌ଲା, ତାବ୍ରିଜ୍‌ ସାମ୍‌ସି।

ସମ୍ବନ୍ଧିତ ଖବର