ଆରମ୍ଭରୁ ଓ୍ଵିକେଟ ହରାଇବା ପରେ ନ୍ୟୁଜିଲାଣ୍ଡର ଧୀମା ବ୍ୟାଟିଂ, ୧୨ ଓଭରର ୩୮/୧

ମାଞ୍ଚେଷ୍ଟର : ଇଂଲାଣ୍ଡର ଐତିହାସିକ ଶିଳ୍ପନଗରୀ ମାଞ୍ଚେଷ୍ଟରର ଓଲଡ ଟାଫୋର୍ଟଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ-୨୦୧୯ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରୁଛି । ତେବେ ଇଂନିସ ଆରମ୍ଭରୁ ହିଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଉପରେ ଚାପ ସୃଷ୍ଟି କରିବାକୁ ସଫଳ ହୋଇଛି । ମାତ୍ର ୧ ରନରେ ମାର୍ଟିନ ଗୁପଟିଲଙ୍କ ପରି ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ନ୍ୟୁଜିଲାଣ୍ଡର ରନ ଗତି ଧୀମା ହୋଇଯାଇଛି । ଅଧିନାୟକ କେନ ଓ୍ଵିଲିୟମସନ ଓ ହେନେରୀ ନିକୋଲସ ଅତ୍ୟନ୍ତ ସତର୍କତାର ସହ ବ୍ୟାଟିଂ କରୁଛନ୍ତି । ଫଳରେ ୧୨ ଓଭର ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ମାତ୍ର ୩୮ ରନ ସଂଗ୍ରହ କରିଛି ।

ଭାରତର ଦୁଇ ଓପନିଂ ବୋଲର ବୁମରା ଓ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଶାଣିତ ବୋଲି କରି ନ୍ୟଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ନ୍ୟୁଜିଲାଣ୍ଡର ପ୍ରଥମ ରନ ୩ୟ ଓଭର ଆସିଥିଲା । ଇନିଂସ ଆରମ୍ଭରେ ଜସପ୍ରିତ ବୁମରା ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟସମ୍ୟାନ ମାର୍ଟିନ ଗପଟିଲଙ୍କୁ ପାଭିଲିଅନ ପଠାଇବାରେ ସଫଳ ହୋଇଥିଲେ ।

ସମ୍ବନ୍ଧିତ ଖବର