ପୁଣେ: ପୁଣେ ଟେଷ୍ଟ ମ୍ୟାଚରେ  ନ୍ୟୁଜିଲାଣ୍ଡ ଭାରତକୁ ୧୧୩ ରନରେ ପରାସ୍ତ କରିଛି । ଏହା ସହିତ ୨-୦ ଅଗ୍ରଣୀ ସହ ସିରଜ ବିଜୟ ନିଶ୍ଚିତ କରିଛି । ଅନ୍ୟପକ୍ଷରେ ୧୨ ବର୍ଷ ପରେ ଭାରତ ନିଜ ମାଟିରେ ସିରଜ ପରାଜୟ ହାସଲ କରିଛି ।

Advertisment

ଆଜି( ଶନିବାର) ମ୍ୟାଚର ୩ୟ ଦିନରେ ନ୍ୟୁଜିଲାଣ୍ଡ ୧୯୮/୫ ସ୍କୋରରୁ ଆଗକୁ ଖେଳିବା ଆରମ୍ଭ କରିଥିଲା ଓ ୨୫୫ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଓପନର ଟମ୍ ଲଥାମ୍ ୮୬ ରନ, ଗ୍ଲେନ ଫିଲିପ୍ସ ୪୮ ଓ ଟମ୍ ବ୍ଲଣ୍ଡେଲ୍ ୪୧ ରନ କରି କରିଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୪ଟି, ରବୀନ୍ଦ୍ର ଜାଦେଜା ୩ଟି ଓ ଅଶ୍ବୀନ ୨ଟି ଓ୍ବିକେଟ ନେଇଥିଲେ । ୨୫୫ ରନରେ ଅଲଆଉଟ ହେବା ସହ ନ୍ୟୁଜିଲାଣ୍ଡ ଭାରତ ଆଗରେ ୩୫୯ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟର ପିଛା କରିବାକୁ ଯାଇ ଭାରତ ୨୪୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଯଶସ୍ବୀ ଜୟସ୍ବାଲ ୭୭ ରନ କରିଥିବାବେଳେ ଜାଦେଜା ୪୨ ରନ କରିଥିଲେ । ଶୁଭମନ ୨୩ ରନ କରିଥିବାବେଳେ ଓ୍ବାସିଂଟନ ସୁନ୍ଦର ୨୧ ରନ କରିଥିଲେ । 

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୫୯ ରନ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା ।