ବୁଲବାୟୋ : ଟେଷ୍ଟ କ୍ରିକେଟ ଇତିହାସରେ ୩ୟ ସବୁଠାରୁ ବଡ଼ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଜିମ୍ବାଓ୍ବେକୁ ଗୋଟିଏ ପାଳି ଓ ୩୫୯ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ସହିତ ୨ ଟିକିଆ ଟେଷ୍ଟ ସିରିଜକୁ ୨-୦ରେ ହାତେଇଛି ନ୍ୟୁଜିଲାଣ୍ଡ ।

Advertisment

ସ୍ଥାନୀୟ କ୍ବିନ୍ସ  ସ୍ପୋର୍ଟ୍ସ କ୍ଲବଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଜିମ୍ବାଓ୍ବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଦଳ ନିଜର ପ୍ରଥମ ଇନିଂସରେ ମାତ୍ର ୧୨୫ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବ୍ରେଣ୍ଡନ ଟେଲର ସର୍ବାଧିକ ୪୪ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମାଟ୍ ହେନେରି ୫ଟି ଓ ଜାକାରି ଫୋଲକେସ ୪ଟି ଓ୍ବିକେଟ ନେଇଥିଲେ ।

ଟେଷ୍ଟ ଇତିହାସର ସବୁଠାରୁ ବଡ଼ ବିଜୟ ଇଂଲଣ୍ଡ ନାମରେ ରହିଛି । ୧୯୩୮ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଇନିଂସ ଓ ୫୭୯ ରନରେ ପରାସ୍ତ କରିଥିଲା । ସେହିପରି ୨ୟ ବଡ଼ ବିଜୟ ଅଷ୍ଟ୍ରେଲିଆ ନାମରେ ରହିଛି । ୨୦୦୨ରେ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ଇନିଂସ ଓ ୩୬୦ ରନରେ ପରାସ୍ତ କରିଥିଲା । ଅର୍ଥାତ ୨ୟ ଓ ୩ୟ ବଡ଼ ବିଜୟ ମଧ୍ୟରେ ମାତ୍ର ୧ ରନର ବ୍ୟବଧାନ ରହିଛି । 

ଏହାର ଜବାବରେ  ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ୬୦୧ ରନ କରିଥିଲା । ଦଳ ପକ୍ଷରୁ ଦେଓ୍ବନ କନଓ୍ବେ, ହେନରୀ ନିକୋଲ୍ସ ଓ ରାଚିନ ରବୀନ୍ଦ୍ର ୧୫୦ରୁ ଅଧିକ ଲେଖାଏଁ ରନର ଇନିଂସ ଖେଳିଥିଲେ । ୨ୟ ଇନିଂସରେ ମଧ୍ୟ ଜିମ୍ବାଓ୍ବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୭ ରନରେ ଅଲଆଉଟ ହୋଇଯାଇଥିଲା । ଫଳରେ ନ୍ୟୁଜିଲାଣ୍ଡ ଇନିଂସ ଓ ୩୫୯ ରନରେ ମ୍ୟାଚ ଜିତିନେଇଥିଲା । 