ଆରମ୍ଭ ହେଲା ଅଂସପୂର୍ଣ୍ଣ ସେମିଫାଇନାଲ ମ୍ୟାଚ, ଜାଦେଜାଙ୍କ ଡବଲ କମାଲ

ମାଞ୍ଚେଷ୍ଟର : ଗତ କାଲି ବର୍ଷା ଯୋଗୁଁ ଅସଂପୂର୍ଣ୍ଣ ରହିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଆଜି ଆରମ୍ଭ ହୋଇଛି । ଗତ କାଲି ୪୬.୧ ଓଭରରେ ବର୍ଷା ଯୋଗୁଁ ଖେଳ ଅଟକିବା ବେଳକୁ ନ୍ୟୁଜିଲାଣ୍ଡ ୫ ଓ୍ଵିକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲା । ଆଜି ନ୍ୟୁଜିଲାଣ୍ଡ ସେହି ୪୬.୧ ଓଭରରୁ ନିଜର ବ୍ୟାଟିଂ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ବୁମରା ନିଜର ଅଂସପୂର୍ଣ୍ଣ ଓଭରରୁ ବୋଲି ଆରମ୍ଭ କରିଛନ୍ତି । ଆଜି ଖେଳ ଆରମ୍ଭ ହେଉ ହେଉ ଭାରତକୁ ସଫଳତା ମିଳିଛି । ୭୪ ରନରେ ଖେଳୁଥିବା ନ୍ୟୁଜିଲାଣ୍ଡର ଅଭିଜ୍ଞ ଖେଳାଳି ରସ ଟେଲରଙ୍କୁ ରବିନ୍ଦ୍ର ଜାଦେଜା ଚମତ୍କାର ଫିଲଡିଂ କରି ଆଉଟ କରିଥିଲେ । ସେହିପରି ୪୮.୧ ଓଭରରେ ଭୁବନେଶ୍ୱର କୁମାରଙ୍କ ବଲରେ ରବିନ୍ଦ୍ର ଜାଦେଜା ବାଉଣ୍ଡରୀରେ ଚମତ୍କାର କ୍ୟାଚ ଧରି ଟମ ଲିଥମଙ୍କୁ ଆଉଟ କରିଥିଲେ । ଗତ କାଲି ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ୪୯ ଓଭରରେ ୨୩୨ ରନ କରିଛି ।

ସମ୍ବନ୍ଧିତ ଖବର